ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇ ଘଣ୍ଟା ପରେ ହରିଆଣା ମାଟିରେ ଓହ୍ଲାଇବ ୫ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଆସୁଥିବା ଏହି ଯୁଦ୍ଧ ବିମାନ କୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ମୁତୟନ କରାଯିବ । ଏହି ପରିପ୍ରେକ୍ଷୀରେ ଅମ୍ବାଲା ଏବଂ ତାର ଆଖ ପାଖ ଗାଁରେ ୧୪୪ ଧାରା ଲାଗୁ କରାଯାଇଛି ।
ରାଫେଲ ଲ୍ୟାଣ୍ଡିଂ ସମୟରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଏହାକୁ ରୋକିବା ପାଇଁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଲଗାଇବା ପାଇଁ ଅଶୋକ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଲୋକ ମାନଙ୍କୁ ଘରର ଛାତ ଉପରକୁ ନଯିବା ପାଇଁ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ଛାତ ଉପରେ ନଜର ଆସନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୌଣସି ପ୍ରକାରର ଫଟୋ ଉଠା ଯାଇ ପାରିବ ନାହିଁ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।