ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ପୁଣି ପାକିସ୍ତାନ ସୀମାରେ ଅସ୍ତ୍ର ବିରତୀ ଉଲଂଘନ କରିଛି । ଯେଉଁଥିରେ ଦୁଇ ଜଶ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ ପାକିସ୍ତାନୀ ଗତକାଲି ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ପ୍ରଚେଷ୍ଟା କରିବା ବେଳେ ଭାରତୀୟ ଯବାନ ପ୍ରତିରୋଧ କରିଥିଲେ । ଯାହା ଫଳରେ ପାକିସ୍ତାନ ଆତଙ୍କୀ ସେନା ଉପରକୁ ଗୁଳି ଚାଳନା କରିଥିଲା । ତେବେ ଏହାର କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ତେବେ ଏଥିରେ କିଛି ପାକିସ୍ତାନୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ସେନା ପ୍ରବକ୍ତାଙ୍କ କହିବା ଅନୁସାରେ ଗତକାଲି ପୁଲୱାଲା ସୁନ୍ଦରବନୀ ନିକଟରେ ଅନୁପ୍ରବେଶ କାରୀ ଭାରତକୁ ପଶିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଥିଲା । ଏନେଇ ସେନା ପକ୍ଷରୁ ଭଲଭାବେ ଅନୁସନ୍ଧାନ କରିବାରୁ କିଛି ଆତଙ୍କୀ ଭାରତ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଜଣା ପଡିଥିଲା । ଭାରତୀୟ ସେନା ଏହାର ଯବାବ ରଖିଥିଲେ । ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଗତକାଲି ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଘଂନ କରିଥିଲା । ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିଲେ ।