ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଦେଶ ଏବେ କରୋନା ଭାଇରସର ମୁକାବିଲା କରିବାରେ ଲାଗିଛି । ଏଥିପାଇଁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଯାନ ବାହାନ ବନ୍ଦହୋଇ ରହିବ । କେବଳ ଜରୁରୀ କାଳିନ ସେବା ଯୋଗାଇ ଦେଉଥିବା ଜାନ ବାହାନ ଚାଳିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହାରି ଭିତରେ ବହୁ ଦିନ ହେବ ଟ୍ରେନ ସେବା ବନ୍ଦ ହୋଇ ରହିଛି । କେବଳ ବିଭିନ୍ନ ରାଜ୍ୟରେ ଫସି ହୋଇ ରହିଥିବାର ଲୋକ ମାନଙ୍କୁ ନେବା ଆଣିବା କରିବା ପାଇଁ ଟ୍ରେନ ଚାଲୁଛି ।
ଏବେ ଭାରତୀୟ ରେଳ ବିଭାଗ ପକ୍ଷରୁ ୧୫ ଯୋଡା ସ୍ୱାତନ୍ତ୍ର ଟ୍ରେନ ଓ ଶ୍ରମିକ ଟ୍ରେନ ଚଳାଚଳ କରୁଛି । ତେବେ ୧୭ ତାରିଖ ପରେ ଟ୍ରେନ ଚଳାଚଳ ସ୍ୱଭାବିକ ହେବ ବୋଲି ଆଶା କରାଯାଉଥିଲା । ହେଲେ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଣାଳୟ ପକ୍ଷରୁ ଜୁନ ୩୦ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଜୁନ ୩୦ ପର୍ଯ୍ୟନ୍ତ ହୋଇଥିବା ବୁକିଂ ଟିକେଟ ମାନଙ୍କର ଟଙ୍କା ଫେରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ପ୍ରାୟ ୪୫ ହଜାର ଯାତ୍ରୀ ମାନଙ୍କର ବୁକିଂ ଟଙ୍କାର ସେମବାର ଦିନଠୁ ଫେରସ୍ତ କରାଯିବ ବୋଲି ରେଳ ମନ୍ତଣାଳୟ ପକ୍ଷରୁ ସୂଚନା ମିଳିଛି ।