ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଯେକୌଣସି ବ୍ୟକ୍ତି ତାଙ୍କର କୌଣସି ସ୍ପେସିଆଲ ଉତ୍ସବ ଏବଂ ବାହାଘର ପାଇଁ ଏବେ ଟ୍ରେନର କୋଚ୍ କିମ୍ବା ପୂରା ଟ୍ରେନକୁ ସହଜରେ ବୁକିଂ କରାଯାଇ ପାରିବ । ଆଇଆରସିଟିସି ପକ୍ଷରୁ ଏହି ନିୟମ ଲାଗୁ ହୋବକୁ ଯାଉଛି । ଲୋକେ କେବଳ ଘରେ ବସି ଆଇଆରସିଟିସି ର ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ବୁକିଂ କରିପାରିବେ ।
ସେଥିପାଇଁ ଲୋକଙ୍କୁ ୩୦ ରୁ ୪୦ ପ୍ରତିଶତ ଅଧିକ ଭଡା ଦେବାକୁ ପଡିବ । ଏହାକୁ ଏକ ନିଶ୍ଚିତ ସୁରକ୍ଷା ନିଧି ରେଲୱେ ଖାତାରେ ଜମା କରିବାକୁ ହୋଇଥାଏ, ପରମୁହୂର୍ତ୍ତରେ ସେହି ଟଙ୍କାକୁ ଫେରାଇ ଦିଆଯାଇଥାଏ । ଅତିରିକ୍ତ ଶୁଳ୍କରେ ଜିଏସଟି ଏବଂ ଅନ୍ୟ ଟ୍ୟାକ୍ସ ସାମିଲ କରାଯାଇଛି । ଯଦି ପ୍ରୋଗ୍ରାମ କ୍ୟାନ୍ସଲ ହେଇ ଯାଉଛି ତେବେ ନିର୍ଦ୍ଧାରିତ ଟ୍ୟାକ୍ସ କଟାଯାଇ ଟଙ୍କା ଫେରାଇ ଦିଆଯାଇଥାଏ ।
ଅନଲାଇନ୍ ରେ ବୁକ୍ିଂ କରିବା ପାଇଁ ବ୍ୟକ୍ତିଙ୍କ ପାଖରେ ପ୍ୟାନ୍ କିମ୍ବା ଆଧାର କାର୍ଡ ରହିବା ଜରୁରୀ । ଯଦି ବ୍ୟକ୍ତିଙ୍କ ପାଖରେ ପ୍ୟାନ୍ କିମ୍ବା ଆଧାର କାର୍ଡ ନାହିଁ ତେବେ ବୁକିଂ ରେ ଅସୁବିଧା ହୋଇପାରେ । ସେଥିପାଇଁ ଆପଣଙ୍କୁ ପ୍ରଥମେ http://www.ftr.irctc.co.in/ftr/ କୁ ଯାଇ ଆଇଡି ବନେଇବାକୁ ହେବ । ଏଥିରେ ପ୍ୟାନ୍ ଏବଂ ଆଧାର କାର୍ଡରୁ ଆପଣଙ୍କୁ ଓଟିପି ଜରିଆରେ ଭେରିଫାଇ କରାଯାଇଥାଏ ।
ସେପଟେ କୋଚ୍ ବୁକିଂ କରିବା ପାଇଁ ୫୦ ହଜାର ଟଙ୍କା ଏବଂ ୧୮ କୋଚ୍ ବିଶିଷ୍ଟ ପୂରା ଟ୍ରେନ୍ ପାଇଁ ନଅ ଲକ୍ଷ ଟଙ୍କା ଚାର୍ଜ ଲାଗିବ । ତେବେ ଆସନ୍ତୁ ଜାଣିବା ବୁକିଂ କରିବାର ନିୟମ । ଯଦି ଆପଣ ପୂରା ଟ୍ରେନକୁ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଏହି ନିୟମ ପାଳନ କରିବାକୁ ପଡିବ.. ଏକ ମାସ କିମ୍ବା ଛଅ ମାସ ପୂର୍ବରୁ ବୁକିଂ କରିବା ଜରୁରୀ ଅଟେ । ଦୁଇ ଦିନ ପୂର୍ବରୁ ବୁକିଂ କ୍ୟାନ୍ସଲ ହୋଇପାରେ । ଷ୍ଟେସନମାନରେ ଅଧିକତମ ୧୦ ମିନିଟ୍ ଷ୍ଟପେଜ୍ ରହିବ । ଏହା ସହିତ ଦୁଇଟି ସ୍ଲିପର କୋଚ୍ ଅନିବାର୍ଯ୍ୟ ।