ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରେଲୱେ ଦ୍ୱାରା ରାଜଧାନୀ ଏକ୍ସପ୍ରେସର ୧୫ଟି ରୁଟ୍ ଦେଇ ଚାଲୁଥିବା ବିଶେଷ ଟ୍ରେନ୍ ରେ ଏବେ ଯାତ୍ରୀ ୩୦ ଦିନର ଅଗ୍ରିମ ବୁକିଂ କରି ପାରିବେ । ଏହାର ଟିକେଟ ଆଇଆରସିଟିସିର ୱେବସାଇଟ ବ୍ୟତିତ ଟିକେଟ କାଉଣ୍ଟରରେ ଉପଲବ୍ଧ ହେବ । ପୂର୍ବରୁ କେବଳ ଆଇଆରସିଟିସି ୱେବସାଇଟରେ ହିଁ ବୁକିଂ ସୁବିଧା ଥିଲା । ଏହି ଟ୍ରେନ୍ ଗୁଡିକର ଟିକେଟ ବୁକିଂ ଏବେ କମ୍ପ୍ୟୁଟରାଇଜଡ ପିଆରଏସ କେନ୍ଦ୍ର, ଡାକଘର, ଯାତ୍ରୀ ଟିକେଟ ସୁବିଧା କେନ୍ଦ୍ର ସହିତ ଆଇଆରସିଟିସିର ମାନ୍ୟତା ପ୍ରାପ୍ତ ଏଜେଣ୍ଟ ଏବଂ ସାମାନ୍ୟ ସେବା କେନ୍ଦ୍ରରେ ବି କରିପାରିବେ ।
ଏନେଇ ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି କି, ଏହି ଟ୍ରେନ୍ ରେ ଅଗ୍ରିମ ସିଟ୍ ରିଜର୍ଭେସନ କରାଇବାର ଅବଧି ୭ ଦିନରୁ ବଢାଇ ୩୦ ଦିନ କରାଯାଇଛି । ମାତ୍ର ଏହି ଟ୍ରେନ୍ ପାଇଁ ତକ୍ରାଳ ଟିକେଟ ଉପଲବ୍ଧ ନାହିଁ । ସେହିଭଳି ୱେଟିଙ୍ଗ ଲିଷ୍ଟ ଥିବା ଯାତ୍ରୀ ଟ୍ରେନ୍ ରେ ଯାତ୍ରା କରିପାରିବେ ନାହିଁ । ଏହି ୧୫ ଯୋଡା ଟ୍ରେନ୍ ସମ୍ପୂର୍ଣ୍ଣ ରିଜର୍ଭେସନ ।