ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତଃ ଶୀତ ଦିନ ଆସିବା ମାତ୍ରେ ଚାରିଆଡେ ଘନ କୁହୁଡିର ଚାଦର ଢାଙ୍କି ହୋଇଯାଏ । ଯାହାଫଳରେ ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡିଥାଏ । ଖାସ୍ କରି ଟ୍ରେନ୍ ରେ ଯାତ୍ର କରିବାରେ ବାଧା ଉପୁଚି ଥାଏ । କୁହୁଡି ନ ଛାଡିବା ଯାଏଁ ଘଣ୍ଟା ଘଣ୍ଟା ଧରି ଅଟକି ରହିଥାଏ ଟ୍ରେନ୍ । ଇତିମଧ୍ୟରେ ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ନିଜର ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଁଚି ପାରିନଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରେଲୱେ ଏଥରକ ଏସଏମଏସ ଜରିଆରେ ଯାତ୍ରୀଙ୍କୁ ସୂଚନା ଦେବ ବୋଲି ଅଣ୍ଟା ଭିଡିଛି ।
ଏନେଇ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଟ୍ୱିଟ କରି କହିଛନ୍ତି, ଶୀତଦିନେ ଯାତ୍ରୀଙ୍କୁ ଭଲ ସୁବିଧା ଦେବା ପାଇଁ ଭାରତୀୟ ରେଳବାଇ ପ୍ରସ୍ତୁତ । ସେଥିପାଇଁ ଟ୍ରେନ୍ ବିଳମ୍ବ ଥିବା ସ୍ଥିତିରେ ଯାତ୍ରୀଙ୍କ ମୋବାଇଲକୁ ସୂଚନା ପଠାଯିବ । ଏହାସହିତ ରାତିରେ ବିଶେଷ ପାଟ୍ରୋଲିଂ ଏବଂ ସିଗ୍ନାଲ ର ସୂଚନା ପାଇଲଟ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଫଗ୍ ସେଫ୍ଟି ଡିଭାଇସ ଭଳି ବ୍ୟବସ୍ଥା କରାଯାଇଛି ।
सर्दियों के मौसम में यात्रियों को बेहतर सुविधा देने के लिये भारतीय रेल तैयार है।
इसके लिये ट्रेन के लेट होने की स्थिति में यात्रियों के मोबाइल पर सूचना, रात को विशेष पेट्रोलिंग, व सिग्नल की जानकारी पॉयलट तक पहुंचाने के लिये फॉग सेफ्टी डिवाइस जैसी अनेकों व्यवस्थायें की गयी हैं। pic.twitter.com/vQ26H6Aned
— Piyush Goyal (@PiyushGoyal) November 17, 2019
ଏହାବ୍ୟତିତ ରେଳ ମନ୍ତ୍ରୀ ଏକ ଭିଡିଓ ବି ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ରେଲୱେ ପକ୍ଷରୁ କୁହାଯାଇଛି କି ଚଳିତ ଶୀତରେ କୁହୁଡିରୁ ରକ୍ଷା ପାଇବା ପାଇଁ କିଭଳି ଲଢିବ ରେଲୱେ ।
ଭିଡିଓରେ କୁହାଯାଇଛି କି , କୁହୁଡି ଯୋଗୁଁ ଯଦି ଆପଣଙ୍କ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ଅଧିକ ବିଳମ୍ବ ହେଉଛି ତେବେ ଏନେଇ ଆପଣଙ୍କ ମୋବାଇଲକୁ ଏସଏମଏସ ପଠାଯିବ । ଟ୍ରେନ୍ ବିଳମ୍ବ ଥିବା ସ୍ଥିତିରେ ତାର ସଠିକ୍ ଲୋକେସନ ଏବଂ ଷ୍ଟେସନରେ ପହଁଚିବାର ସମ୍ଭାବିତ ସମୟ ଯାତ୍ରୀଙ୍କ ମୋବଇଲକୁ ପଠାଯିବ । ଶୀତଦିନେ ରାତି ୧୧ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ରେଲୱେ ଟ୍ରାକରେ ପାଟ୍ରୋଲିଙ୍କ ବ୍ୟବସ୍ଥା ରହିଛି ।