ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରେଳବାଇରେ ଅନଲାଇନ୍ ଯୋଗେ ଟିକେଟ ବୁକିଂ କରୁଥିବା ଯାତ୍ରୀଙ୍କ ସଂଖ୍ୟା ତୁଳନାରେ ଜେନେରାଲ ଟିକେଟ ବୁକିଂ କରୁଥିବା ଯାତ୍ରୀଙ୍କ ସଂଖ୍ୟା ଅଧିକ । ରେଳବାଇ ଅଣଆରକ୍ଷିତ ଶ୍ରେଣୀରେ ସଫର କରୁଥିବା ଯାତ୍ରୀଙ୍କୁ ଟିକେଟ କିଣିବା ପାଇଁ ଆଉ ଷ୍ଟେସନରେ ଲାଇନ ଲଗାଇବାକୁ ପଡିବ ନାହିଁ । କିଛି ଦିନ ପୂର୍ବରୁ ଏଭଳି ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ନୂତନ ମୋବାଇଲା ଆପ୍ ଲଞ୍ଚ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ ମୋବାଇଲ ଜରିଆରେ ଜେନେରାଲ ଟିକେଟ ଏବଂ ପ୍ଲାଟଫର୍ମ ଟିକେଟ ବୁକ୍ କରି ପାରିବେ । ଭାରତୀୟ ରେଳବାଇର ଏହି ଆପ୍ ର ନାଁ ୟୁଟିଏସ ।
ଏହି ଆପ୍ କୁ ଆଣ୍ଡ୍ରୋଏଡ୍ ଏବଂ ଆଇଫୋନ୍ ବ୍ୟବହାର କରୁଥିବା ଉପଭୋକ୍ତା ବ୍ୟବହାର କରିପାରିବେ । ଏହାଦ୍ୱାରା ଆଉ ଷ୍ଟେସନର ଟିକେଟ କାଉଣ୍ଟରରେ ଛିଡା ହେବାକୁ ପଡିବ ନାହିଁ ।
ସେଥିପାଇଁ ଯାତ୍ରୀମାନଙ୍କୁ ସେମାନଙ୍କ ମୋବାଇଲରେ ୟୁଟିଏସ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହି ଆପ୍ ବ୍ୟବହାର କରିବା ପାଇଁ ମୋବାଇଲରେ ଜିପିଏସ ଅନ୍ କରିବାକୁ ପଡିବ । ଆପ୍ ଡାଉନଲୋଡ ହେବା ପରେ ମୋବାଇଲ ନମ୍ବର ରେଜିଷ୍ଟର କରିବାକୁ ପଡିବ । ଆପ୍ ରେଜିଷ୍ଟର ହୋଇଯିବା ପରେ ଯାତ୍ରୀ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି । ସେହି ଷ୍ଟେସନର ସମସ୍ତ ତଥ୍ୟ ଏଥିରେ ଆଡ କରିବାକୁ ପଡିବ ।
ଏହି ଆପ୍ ଜରିଆରେ ଟିକେଟ ବୁକ୍ କରି ସାରିବା ପରେ ଅନଲାଇନ୍ ଯୋଗେ ଟଙ୍କା ପେମେଣ୍ଟ କରିବେ । ଏହାପରେ ଯାତ୍ରା ସମୟରେ କେବଳ ଯାତ୍ରୀ ଆପ୍ ମାଧ୍ୟରେ ଟିକେଟ୍ ଦେଖାଇବେ । ଏହାସହିତ ରେଳବାଇ ପକ୍ଷରୁ ଏକ ଆର-ୱାଲେଟ ର ଶୁଭାରମ୍ଭ କରାଯାଇଛି । ଏଥିରେ ଆପଣ ଟଙ୍କା ରିଚାର୍ଜ କରି ଏହି ଆପ୍ ଜରିଆରେ ଟିକେଟର ଶୁଳ୍କ ଦେଇପାରିବେ ।
ୱାଲେଟ ରିଚାର୍ଜ କରାଇବା ଦ୍ୱାରା ଯାତ୍ରୀଙ୍କୁ ୫ ପ୍ରତିଶତ ବୋନସ ମିଳିବ । ଯେପରିକି ଯଦି ଜଣେ ଯାତ୍ରୀ ୧୦୦ ଟଙ୍କା ୱାଲେଟରେ ରିଚାର୍ଜ କରୁଛନ୍ତି ତେବେ ଆକାଉଣ୍ଟକୁ ୧୦୫ ଟଙ୍କା ଆସିବ । ସେହିପରି ୨୦୦ ଟଙ୍କର ରିଚାର୍ଜ କରିବା ଦ୍ୱାରା ୧୦ ଟଙ୍କା ଅତିରିକ୍ତ ବୋନସ ମିଳିବ । ରେଜିଷ୍ଟ୍ରେସନ ପରେ ଆପଣ ୧୫୦ ରୁ ୫୦୦୦ ଟଙ୍କା ଯାଏଁ ରିଚାର୍ଜ କରିପାରିବେ । ସେଥିରେ ଆପଣ ଜେନେରାଲ ଟିକେଟ ବୁକ୍ କରିପାରିବେ । ସେପଟେ ଟିକେଟ ବୁକିଂ କରିପା ପାଇଁ ଡେବିଟ୍ ଏବଂ କ୍ରେଡିଟ କାର୍ଡ ମଧ୍ୟ ବ୍ୟବହାର କରିପାରିବେ ।