ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିକଟରେ ଭାରତ ସରକାର ପକ୍ଷରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ଅଭିଯାନ ଆରମ୍ଭ କରାଯାଇଥିଲା । ଇତି ମଧ୍ୟରେ ନୂଆ ବର୍ଷ ମାନେ ଜାନୁଆରୀ ୨୦୨୦ ରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ନିୟମ ଆହୁରୀ କଡା କଡି ହୋଇଯିବ । ପ୍ରକୃତରେ ଡାଇରେକ୍ଟର ଜେନେରାଲ ଅଫ୍ ସିପିଙ୍ଗ (ଡିଜିସିଏ)
ପକ୍ଷରୁ ଜାହାଜ ଉପରେ ପ୍ଲାଷ୍ଟିକ ବ୍ୟବହାର କମ କରିବାର ସୂତ୍ରପାତ ଆରମ୍ଭ କରାଯାଇଛି । ନୂଆ ବର୍ଷରୁ ଭାରତୀୟ ଜାହାଜରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ରେ ପ୍ରତିବନ୍ଧକ ଲଗାଯାଇଛି ।
ଜିଡିଏସର ନୂତନ ନିର୍ଦ୍ଦେଶ ମୁତାବକ, ନିୟମ ଉଲ୍ଲଂଘନ କଲେ ହାଜତକୁ ବି ଯାଇପାରନ୍ତି । ଭାରତୀୟ ଜଳ କ୍ଷେତ୍ରକୁ ପ୍ରବେଶ କରିବା ପୂର୍ବରୁ ବିଦେଶୀ ଜାହାଜକୁ ଅନବୋର୍ଡ ଉତ୍ପାଦ ବିଷୟରେ ସମସ୍ତ ସୂଚନା ସରକାରଙ୍କୁ ଦେବାକୁ ପଡିବ ।
ଜାନୁଆରୀ ୧ ରୁ ଭାରତୀୟ ଜାହାଜ ଉପରେ ପ୍ଲାଷ୍ଟିକ ବୋତଲ, ବ୍ୟାଗ, କଂଟେନର, ଫୁଡ ପ୍ୟାକେଜିଙ୍ଗ, ଫ୍ରିଜର ବ୍ୟାଗ, ଆଇସକ୍ରିମ କଂଟେନର, ହଟ୍ ଡ୍ରିଙ୍କ କପ୍ ଏବଂ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକରେ ତିଆରି ହୋଇଥିବା ଜିନିଷକୁ ବ୍ୟବହାର କରାଯାଇ ପାରିବ ନାହିଁ । କେବଳ ୧୦ ଲିଟର ପାଣି ବୋତଲ ନେବାକୁ ଅନୁମତି ରହିଛି ।
ବୈଜ୍ଞାନିକଙ୍କ ମତରେ ୨୦୫୦ ସୁଧା ସମୁଦ୍ରରେ ମାଛ ସଂଖ୍ୟା ଅପେକ୍ଷା ଅଧିକ ପ୍ଲାଷ୍ଟିକ ସଂଖ୍ୟା ହୋଇଯିବ ।
ଯାହାକୁ ଗୋଟେ ଥର ବ୍ୟବହାର କରି ଫୋପାଡି ଦିଆଯାଏ ତାକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବୋଲି କୁହାଯାଏ । ପ୍ଲାଷ୍ଟିକରେ ଥିବା କେମିକାଲ ପରିବେଶ ପାଇଁ ଖୁବ୍ ହାନିକାରକ । ଆପଣପାନେ ପ୍ଲାଷ୍ଟିକ ବଦଳରେ ପେପରରେ ତିଆରି ହୋଇଥିବା ଜିନିଷ ବ୍ୟବହାର କରିପାରିବେ ।