ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭାଇରସ ଚିନ୍ତା । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ୨୧୨୦ ଜୀବନ ନେଇ ସାରିଲାଣି । ପାଖାପାଖି ୭୬ ହଜାରରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି । ଏହି ଭାଇରସ ୨୯ଟି ଦେଶକୁ ବ୍ୟାପି ସାରିଲାଣି ।କରୋନା ଭାଇରସ ପ୍ରଥମେ ଚୀନର ଉହାନ ସହରରେ ଦେଖାଯାଇଥିଲା । ତେବେ ପୂର୍ବରୁ ସେଠାରେ ଫସିଥିବା ଭାରତୀୟ ନାଗରିକଙ୍କୁ ଭାରତ ଅଣାଯାଇଛି । ହେଲେ ଏବେବି ସେଠାରେ ୧୨୦ଜଣ ଭାରତୀୟ ନାଗରିକ ଫସି ରହିଛନ୍ତି ।
ଆଜି ବାୟୁସେନା ବିମାନ ସି-୧୭ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଡାଣ ଭରିବ । ଏହି ବିମାନରେ ବ ହୁ ପରିମାଣରେ ଡାକ୍ତରୀ ସରଞ୍ଜାମ ଚୀନକୁ ନିଆଯିବ । ଅନ୍ୟପଟେ ଜାପାନର ତଟରେ ଲାଗିଥିବା ଡାଏମଣ୍ଡ ପ୍ରିନ୍ସେସ କ୍ରୁଜ୍ ରୁ ଯାତ୍ରୀ ମାନଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଜାହାଜରେ ୬୨୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଛି ।