ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉଦଘାଟିତ ହେଲା ଦେଶର ପ୍ରଥମ ଦୂରଗାମୀ ସିଏନଜି ବସ । ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲିବ ପ୍ରଥମ ଦୂରଗାମୀ ସିଏନଜି ବସ । ଆଜି ଏହି ବସଟିକୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ବସରେ ଥରେ ଗ୍ୟାସ ଭରିଲେ ଏହା ୧୧୪୧ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବେ । ମାତ୍ର ଏହାପୂର୍ବରୁ ଯେଉଁସବୁ ବସ ଥିଲା ସେଥିରେ ଥରେ ଗ୍ୟାସ ଭରିଲେ ତାହା ମାତ୍ର ୨୫୦କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିଲା । ତେବେ ନୂଆ ବସରେ ହାଲୁକା କମ୍ପୋଜିଟ ସିଲିଣ୍ଡର ସଂଯୋଗ କରାଯାଇଛି ଓ ଯାହାର ମୂଲ୍ୟ ୧୦ରୁ ୧୧ଲକ୍ଷ ଟଙ୍କା ରହିଛି ।
ଯାହା ଓଜନ ସଂପ୍ରତି ସିଏନଜି ସିଲିଣ୍ଡରଠାରୁ ଏହା ୭୦ ପ୍ରତିଶତ କମ ରହିଛି । ୨୨୫ରୁ ୨୭୨ କିଲୋଗ୍ରାମ ସିଏନଜି ଏହି ନୂତନ ସିଲିଣ୍ଡରରେ ଭରାଯାଇ ପାରିବ । ଦିନକୁ ଦିନ ଦେଶରେ ପ୍ରଦୂଷଣ ବଢିବାରେ ଲାଗିଥିବା ବେଳେ ପ୍ରଦୂଷଣକୁ କମ କରିବା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗାଡି ଗୁଡିକରୁ ବାହାରୁ ଥିବା ପ୍ରଦୂଷଣକୁ ରୋକିବା ଲାଗି ସରକାର ସିଏନଜି ଓ ବିଦ୍ୟୁତଚାଲିତ ଗାଡି ପ୍ରତି ଅଧିକ ପ୍ରୋତ୍ସାହନ ଦେଉଛନ୍ତି । ଦେଶରେ ସିଏନଜିର ବସ, ଅଟୋ, ସ୍କୁଟିଗୁଡିକ ମଧ୍ୟ ରାଜ ପଥରେ ଗଡୁଥିବା ଦେଖିବାକୁ ମିଳୁଥିଲା । ଏହି ବସ, ଅଟୋ, ସ୍କୁଟି ଗୁଡିକ ବେଶି ଦୂରତା ଅତିକ୍ରମ କରିପାରୁନଥିବା ବେଳେ ଉଦଘାଟିତ ହୋଇଥିବା ଏହି ଦୂରଗାମୀ ସିଏନଜି ବସ ସମସ୍ତଙ୍କୁ ଆକୃଷ୍ଟ ହେବା ସହ ଏହା ପ୍ରଦୂଷଣକୁ ରୋକିବାରେ କିଛିଟା ସହାୟକ ହେବ ବୋଲି ଆଶା କରାଯାଉଛି ।
पेट्रोलियम मंत्रालय ने सीएनजी के इस्तेमाल से चलने वाली लंबी दूरी की पहली बस सर्विस की शुरुआत की. महिंद्रा कंपनी की ये बस दिल्ली-देहरादून के बीच चलेगी. एक रिफिल में ये बस 1000KM की दूरी तय करेगी @CNBC_Awaaz https://t.co/gMhXSWQ4Nm pic.twitter.com/KmRIRTJNZh
— Prakash Priyadarshi (@priyadarshi108) December 24, 2019