ଲଦାଖ (ଏଟିଆର ବ୍ୟୁରୋ): ସାରା ଦେଶ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ତେବେ ଦେଶରେ କରୋନା ମହାମାରୀ ଯେପରି ନିଜର କାୟା ବିସ୍ତାର କରିବାରେ ଲାଗିଛି ତାହାକୁ ଦୃଷ୍ଟିରେ ରଖି ଚଳିତବର୍ଷ କୋଭିଡ ଗାଇଡ ଲାଇନକକୁ ମାନି ସବୁ ଆଡେ ସ୍ୱାଧୀନତା ଦିବସ ପାଳନ କରାଯାଉଛି ।
Indo-Tibetan Border Police (ITBP) jawans celebrate #IndependenceDay at an altitude of 17,000 feet in Ladakh. (Source: ITBP) pic.twitter.com/oKKc3nhtxf
— ANI (@ANI) August 15, 2020
ଅନ୍ୟପଟେ ଆଜି ସ୍ୱାଧୀନତା ଦିବସ ଅବସରରେ ଲଦାଖର ଭାରତ – ତିବତ ସୀମାରେ ପୋଲିସ (ଆଇଟିବିପି) ଯବାନମାନେ ଭାରତର ୭୪ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଯବାନମାନେ ଲଦାଖର ୧୭ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହି ଅବସରରେ ଆଇଟିବିପି ପକ୍ଷରୁ ଏକ ଭିଡିଓ ପୋଷ୍ଟ ଜାରି କରାଯାଇଛି । ଖାଲି ସେତିକି ନୁହେଁ ଭାରତ- ତିବତ ସୀମାରେ ଯବାନମାନେ ପୌଙ୍ଗୋଗ ହ୍ରଦ କୂଳରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ।
ଯବାନମାନେ କୋଭିଡ ନିୟମକୁ ପାଳନ କରିବା ସହ ଭିନ୍ନ ଭିନ୍ନ ଢଙ୍ଗରେ ତ୍ରିରଙ୍ଗାକୁ ସଲାମୀ ଦେଇଛନ୍ତି। ସମସ୍ତେ ଗୋଟିଏ ଧାଡିରେ ହାତରେ ତ୍ରିରଙ୍ଗା ଧରି ଆଗକୁ ବଢିଥିଲେ। ଏହା ବ୍ୟତୀତ ପଞ୍ଜାବ ଅମୃତସରର ଅଟାରୀ-ୱାଘା ସୀମାରେ ସ୍ଵାଧୀନତା ଦିବସ ପାଳନ ହୋଇଛି। ଆଇଟିବିପି ପ୍ରମୁଖ ଏସଏସ ଦେସୱାଲ ଏହି ପାବନ ଅବସରରେ ସୀମାରେ ପତାକା ଉତ୍ତୋଳନ କରିଛନ୍ତି।