ଚେନ୍ନାଇ(ଏଟିଆର ବ୍ୟୁରୋ):ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାରେ ଭାରତର ଦମଦାର ବିଜୟ ଲାଭ କରିଥିଲା । ତେତେ ଏହି ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଆହାତ ହୋଇଥିବାର ଜଣାପଡିଛି । ଆହତ ହେବାର କାଣଣ ଭଲ ଭାବରେ ଜଣା ନପଡିଥିଲେ ବି ତାଙ୍କ ଜଙ୍ଘର ମାଂସଦେଶୀ ଟାଣି ଧରିଥିବାର ସୂଚନା ମିଳିଛି । ଭୁବନେଶ୍ୱର କୁମାର ଆହତ ଥିବାରୁ ଆସନ୍ତା କାଲିଠାରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଶୃଙ୍ଖଳାରୁ ବାଦ ପଡିଛନ୍ତି ।
ତାଙ୍କ ଯାଗାରେ ମୁମ୍ବାଇର ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଭୁବନେଶ୍ୱର କୁମାର ଆହତ ଜନିତ ସମସ୍ୟାରୁ ମୁକୁଳି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳା ଯାଇଥିବା ଟି-୨୦ ମ୍ୟାଚରେ ଭୁବନେଶ୍ୱର କୁମାର ଭଲ ପ୍ରର୍ଦଶନ କରି ପାରିନଥିଲେ । ବିସିସିଆଇ ର ଜଣେ ଅଧିକାରୀ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରୁଙ୍କୁ ନିଆଯାଇଥିବାର ସୂଚନା ଦେଇଛନ୍ତି ।