ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରି ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ଯୋଜନା ପାଇଁ ଆବଶ୍ୟକୀୟ ବଜେଟ ଉପସ୍ଥାପନ କରିଛନ୍ତି ।
ବର୍ତ୍ତମାନ ସମୟରେ ଦେଶରେ ସବୁଠାରୁ କ୍ଷତିରେ ବ୍ୟାଙ୍କିଙ୍ଗ ସେକ୍ଟର ଅଛି । ଏଥିପାଇଁ ବ୍ୟଙ୍କ ବୁଡି ଯିବ ଭୟରେ ଲୋକମାନେ ବ୍ୟାଙ୍କରେ ଆଉ ଟଙ୍କା ଜମା କରିବା ପାଇଁ ଡରୁଛନ୍ତି ।
କିନ୍ତୁ ଚଳିତ ବର୍ଷ ବଜେଟରେ ବ୍ୟାଙ୍କ ଜମାକାରୀଙ୍କୁ ଆଶ୍ୱସ୍ତି ମିଳିଛି । ପୂର୍ବରୁ ବ୍ୟାଙ୍କ ଆଉ ଚାଲିନପାରିଲେ ଜମାକାରୀଙ୍କୁ ୧ଲକ୍ଷ ଟଙ୍କାର ବୀମା ରାଶି ମିଳୁଥିଲା । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏହି ବୀମା ରାଶିକୁ ବଢାଇ ୫ଲକ୍ଷ ଟଙ୍କା କରିଛନ୍ତି । ଯାହା ଫଳରେ ବ୍ୟାଙ୍କ କ୍ଷତିଗ୍ରସ୍ତ ହେଲେ ଏଣିକି ଜମାକାରୀଙ୍କୁ ୫ଲକ୍ଷ ଟଙ୍କାର ବୀମା ରାଶି ମିଳିବ ।