ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ ରେଲୱେ କ୍ୟାଟେରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେଶନ (ଆଇଆରସିଟିସି) ରୁ ଟିକେଟ ବୁକିଂ କରିବା ଦ୍ୱାରା ମିଳୁଛି ଇଂସ୍ୟୁରାନ୍ସ କଭର । ଏନେଇ ଅଧିକାଂଶ ଲୋକେ ଜାଣିନଥାନ୍ତି । ଏହାସହିତ କିପରି ଇଂସ୍ୟୁରାନ୍ସ କ୍ଲେମ କରାଯିବ ତାହା ବି ଜଣାନଥାଏ । ଗ୍ରାହକଙ୍କ ଅନଲାଇନ ଟିକେଟ ବୁକିଂ ଉପରେ ଆଇଆରସିଟିସି ଏହି ସୁବିଧା ଦେଇଥାଏ ।
ଦେଶରେ ଅନେକ ରେଲୱେ ଦୁର୍ଘଟଣା ଘଟୁଛି । ଅନେକ ଲୋକ ଏଥିରେ ଆହତ ହୋଇଥାନ୍ତି ଏବଂ ଅନେକ ଜୀବନ ମଧ୍ୟ ଚାଲିଯାଇଥାଏ । ସେଥିପାଇଁ ଦୁର୍ଘଟଣାର ଶିକାର ହୋଇଥିବା ଲୋକ ବା ତାଙ୍କ ପରିବାରକୁ ବୀମା କଭର ଦିଆଯାଇଥାଏ । ଏହାଦ୍ୱାରା ସେମାନଙ୍କୁ ଆର୍ଥିକ ସହାୟତା ମିଳିଥାଏ । ଏନେଇ ଇଣ୍ଡିଆନ ରେଲୱେ କ୍ୟାଟେରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେଶନ ମାତ୍ର ୪୯ ପଇସାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଂସ୍ୟୁରାନ୍ସ କଭର ଦେଉଛି ।
ସବୁଠାରୁ ଖାସ୍ କଥା ହେଉଛି ଏହା ଯାତ୍ରୀଙ୍କ ଉପରେ ନିର୍ଭର ସେମାନେ ଏହି ଇଂସ୍ୟୁରାନ୍ସ କଭର ନେବାକୁ ଚାହୁଁଛନ୍ତି କି ନାହିଁ । ପ୍ରକୃତରେ ଆଇଆରସିଟିସି ର ମୋବାଇଲ ଆପ୍ଲିକେଶନ ବା ୱେବସାଇଟ ରୁ ଟିକେଟ ବୁକିଂ ବେଳେ ଏହି ବିକଳ୍ପ ପାଇଁ ପଚରା ଯାଇଥାଏ । ଯଦି ଆପଣ ବି ଏହି ବୀମା ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଟିକେଟର ମୋଟ ରେଟ୍ ଉପରେ ଆହୁରି ୪୯ ପଇସା ଯୋଡାଯିବ ।