ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): IB ବା ଇଣ୍ଟେଲିଜେନ୍ସି ବ୍ୟୁରୋର ଏକ ରିପୋର୍ଟ, RSS କୁ ଚମକାଇଦେଇଛି । IB ର ରିପୋର୍ଟ ଅନୁସାରେ, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ବା RSS ନେତା ଆଉ ତାଙ୍କ କାର୍ଯ୍ୟାଳୟ ଏବେ ଆତଙ୍କବାଦୀଙ୍କ ନଜରରେ ।
ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଆଦି ସ୍ଥାନ ଗୁଡିକରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ଆକ୍ରମଣର ସମ୍ଭାବନା ଅଧିକ ବୋଲି IB ରିପୋର୍ଟରେ ଆଶଙ୍କା କରାଯାଇଛି । ଆଇଡି ଓ ଭିବିଆଇଡି ସହାୟତାରେ ଏହି ସବୁ ସ୍ଥାନରେ ବିଷ୍ଫୋରଣ କରାଯାଇପାରେ ବୋଲି IB ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
ଆତଙ୍କବାଦୀ ମାନଙ୍କ ନଜରରେ ଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ IB ପକ୍ଷରୁ କିଛି ରାଜ୍ୟ ଗୁଡିକୁ ସୂଚନା ଦିଆଯାଇଛି । ନିକଟରେ ବେଙ୍ଗାଲୁରୁରେ ସିଏଏ ସମର୍ଥନରେ ରାଲି କରୁଥିବା RSS ନେତା ବରୁଣ ଭୋପଲାଙ୍କ ଉପରେ ଆକ୍ରମଣ ହୋଇଥିଲା ।
ବର୍ତ୍ତମାନ IB ରଏହି ରିପୋର୍ଟ RSS ନେତାଙ୍କ ନିଦ ହଜାଇ ଦେଇଛି । RSS ନେତାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ RSS ନେତା ଓ ତାଙ୍କ କାର୍ଯ୍ୟାଳୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।