ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏହି ଅନ୍ତରୀଣ ବଜେଟ୍ ସମାଜର ସବୁ ବର୍ଗକୁ ସ୍ପର୍ଶ କରୁଥିବା ଏକ ସର୍ବ ସମାବେଶୀ ବଜେଟ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମତବ୍ୟକ୍ତି କରିଛନ୍ତି । ଏହା ଏକ ଟ୍ରେଲର ଯାହା ଲୋକସଭା ନିର୍ବାଚନ ପରେ ଭାରତକୁ ଖୁସିର ରାସ୍ତାରେ ନେଇଯିବ । ଏହି ବଜେଟ୍ ଦ୍ୱାରା ଦେଶର ୧୨ କୋଟିରୁ ଅଧିକ କୃଷି, ୩ କୋଟି ମଧ୍ୟବିତ ଶ୍ରେଣୀର ଲୋକ ଏବଂ ଅଂଶଗଠିତ କ୍ଷେତ୍ରରେ କାର୍ଯ୍ୟରତ ଥିବା ୪୦ ରୁ ୪୨ କୋଟି ଲୋକଙ୍କୁ ଲାଭ ହେବ ।
ଶ୍ରୀ ମୋଦି କହିଛନ୍ତି କି , ଆମ ସରକାରର ଚେଷ୍ଟା ଯୋଗୁଁ ଗରିବ ତାଲିକାର ରେକର୍ଡରୁ ତଳକୁ ଖସୁଛି । ଏହି ବଜେଟ୍ ନୂତନ ଭାରତର ଲକ୍ଷକୁ ହାସଲ କରିବାରେ ୧୩୦ କୋଟି ନାଗରିକଙ୍କ ପ୍ରଚେଷ୍ଟାକୁ ଆହୁରୀ ଆଗକୁ ନେବ ।
ପାଞ୍ଚ ଲକ୍ଷ ଆୟ ଉପରେ ଆୟ କର ଛୁଟ୍ କରାଯାଉ ବୋଲି ବହୁ ବର୍ଷରୁ ଦାବି ହୋଇ ଆସୁଥିଲା । ମାତ୍ର ଏତେ ବର୍ଷର ଦାବିକୁ ଆମ ସରକାର ହିଁ ପୂରଣ କରିଛି । ଏହାଦ୍ୱାରା ମଧ୍ୟବିତ ଏବଂ ଚାକିରିଆଙ୍କ ଆଶା ଆକାଂକ୍ଷାକୁ ଶକ୍ତି ମିଳିବ ।
କୃଷକଙ୍କ ପାଇଁ ସମୟ ଅନୁସାରେ ଅଲଗା ଅଲଗା ସରକାର ଦ୍ୱାରା ଯୋଜନାମାନ ହୋଇଥାଏ । କିନ୍ତୁ ଦୁଇରୁ ତିନି କୋଟି କୃଷକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ କୃଷକ ସେହି ଯୋଜନାରେ ସାମିଲ ହୋଇନାହାଁନ୍ତି । ଏବେ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’ ର ଲାଭ ୧୨ କୋଟି ଅଧିକ କୃଷକଙ୍କୁ ମିଳିବ, ଯେଉଁମାନଙ୍କର ପାଞ୍ଚଏକରରୁ କମ ଭୂମି ଥିବ । ଏହାଦ୍ୱାରା ଦେଶର ଇତିହାସରେ କୃଷକଙ୍କ ପାଇଁ ଏହା ସବୁଠାରୁ ବଡ ଯୋଜନା ହେବ ।
ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି, ଆମ ସରକାର କୃଷକମାନଙ୍କ ପାଇଁ ଗୋଟେ ପରେ ଗୋଟେ ବଡ ପଦକ୍ଷେପ ଉଠାଉଛି । ଏହି ବଜେଟ୍ ରେ ପଶୁ ପାଳନ,ଗୋସମ୍ବର୍ନ୍ଧନ,ମାଛପାଳନ ଭଳି ଗ୍ରାମୀଣ ଏବଂ କୃଷି ଜୀବନ ସହ ଜଡିତ ମୁଖ୍ୟ କ୍ଷେତ୍ରରେ ବି ବିଶେଷ ଧ୍ୟାନ ରଖାଯାଇଛି । ରାଷ୍ଟ୍ରୀୟ କାମଧେନୁ ଆୟୋଗ ଏବଂ ମାଛ ଚାଷର କୋଟି କୋଟି ଲୋକଙ୍କ ଜୀବିକା ବଢାଇବାରେ ସାହାୟକ ହେବ । ଆମର ସମସ୍ତ ଚେଷ୍ଟା କୃଷକଙ୍କୁ ସଶତ୍ସ କରି ତାଙ୍କୁ ଏଭଳି ବାଟକୁ ଆଣୁ ଯାହାଦ୍ୱାରା ସେ ନିଜର ଆମଦାନାକୁ ଦୁଇ ଗୁଣା କରି ପାରିବେ ।