ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ବନ୍ଦ ରହିଥିବା ଘରୋଇ ବିମାନ ସେବା ମେ ୨୫ ରୁ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ନାଗରିକ ଉଡାଣ ମନ୍ତ୍ରୀ ହରଦୀପ ସିଂ ପୁରୀ ଅନ୍ତରାଷ୍ଟ୍ରୀୟ ବୀମାନ ସେବା ଆରମ୍ଭକୁ ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି ଆମେ ଅଗଷ୍ଟ ପୂର୍ବରୁ ସଠିକ ଭାବେ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ବିମାନ ଆରମ୍ଭ କରିବା ପାଇଁ ଚେଷ୍ଟା କରିବୁ ।
ସାମ୍ବାଦିକ ସମ୍ମଳନୀରେ ଶନିବାର ଶ୍ରୀ ସିଂ କହିଛନ୍ତି କି, ବନ୍ଦେ ଭାରତ ମିଶନ ଅନୁଯାୟୀ ୨୫ ଦିନ ମଧ୍ୟରେ ବିଶେଷ ବିମାନ ଜରିଆରେ ପାଖାପାଖି ୫୦ ହଜାର ନାଗରିକଙ୍କୁ ଫେରାଇ ଆଣି ପାରିବେ । ମେ’ ୭ରେ ଆରମ୍ଭ ହୋଇଥିଲା ବନ୍ଦେ ଭାରତ ମିଶନ । ଏହି ମିଶନ ଅନୁଯାୟୀ ଏପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏବଂ ତାର ସହାୟକ ଏୟାର ଇଣ୍ଡିଆ ଏକ୍ସପ୍ରେସ ହିଁ ଉଡାଣ ପରିଚାଳନା କରୁଛି ।
ଆମର ଚେଷ୍ଟା ଜାରି ରହିଛି କି ଚଳିତ ମାସ ଶେଷ ସୁଧା ଆମେ ୩୦ ହଜାର ଭାରତୀୟଙ୍କୁ ଏହି କଠିନ ସମୟରେ ଦେଶକୁ ଫେରାଇ ଆଣିବୁ । ଏହି ଲକ୍ଷ୍ୟକୁ ହାସଲ କାରିବା ପାଇଁ ଘରୋଇ ଏୟାରଲାଇନ୍ସ ବି ପ୍ରସ୍ତାବ ଦେଇଥିଲେ, ଆମେ ତାକୁ ସ୍ୱୀକାର କରିଛୁ । ବହୁତ ଶୀଘ୍ର ବନ୍ଦେ ଭାରତ ଅପରେସନ୍ ରେ ଘରୋଇ ଏୟାରଲାଇନ୍ସର ଏୟାରକ୍ରାଫ୍ଟକୁ ଲଗାଯିବ ।