ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ଆଜି ଡିଜିଟାଲ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ସନ୍ଦେଶ ଦେଇଛନ୍ତି । ଦୁନିଆରେ ଯୋଗ ଦିବସ ପ୍ରଥମ ଥର ୨୧ ଜୁନ୍ ୨୦୧୫ ରେ ପାଳିତ ହୋଇଥିଲା । ସେବେଠାରୁ ଏହି ଦିନକୁ ଯୋଗ ଦିବସ ଭାବେ ପାଳନ କରାଯାଉଛି । କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ଯୋଗ ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଯୋଗ ଦିବସର ଥିମ୍ ରହିଛି ‘ୟୋଗା ଆଟ୍ ହୋମ ୱିଥ୍ ଫ୍ୟାମିଲି’ ।
ମୋଦି କହିଛନ୍ତି କି, ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ଏହି ଦିନ ଏକଜୁଟ୍ ର ଦିନ, ଏହା ବିଶ୍ୱ ବନ୍ଧୁତ୍ୱର ସନ୍ଦେଶର ଦିନ । ଯାହା ଆମକୁ ଯୋଡିବା ସହ ଏକାଠି କରିବ ତାହା ହିଁ ହେଉଛି ଯୋଗ । ଯାହା ଦୂରତାକୁ ସମାପ୍ତ କରେ ତାହା ହିଁ ହେଉଛି ଯୋଗ । କରୋନାର ଏହି ସଙ୍କଟରେ ସାରା ଦୁନିଆର ଲୋକେ ମାଇଁ ଲାଇଫ ଲାଇ ୟୋଗା ଭିଡିଓ ବ୍ଲଗିଙ୍ଗରେ ଅଂଶ ଗ୍ରହଣ କରିବାର ଅର୍ଥ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ପରିବାରର ସମସ୍ତ ସଦସ୍ୟ ଯୋଗ ମାଧ୍ୟରେ ଏକତ୍ର ହେଉଛନ୍ତି । ଘରେ ଏକ ପ୍ରକାରର ଶକ୍ତି ସଂଚାର ହେଉଛି । ସେଥିପାଇଁ ଚଳିତବର୍ଷର ଯୋଗ ଦିବସ ଭାବନାତ୍ମକ ଯୋଗର ବି ଦିନ ।
କୋଭିଡ୧୯ ଭାଇରସ ଖାସ୍ କରି ଆମର ଶ୍ୱସନ ତନ୍ତ୍ର ଅର୍ଥାତ ରେସପାଇରଟୋରୀ ସିଷ୍ଟମ ଉପରେ ଆଟାକ୍ କରିଥାଏ । ସେଥିପାଇଁ ଯୋଗ ପ୍ରାଣାୟାମ ସହାୟତାରେ ଏହି ରେସପାଇରେଟୋରୀ ସିଷ୍ଟମକୁ ମଜବୁତ କରିହେବ । ସେଥିପାଇଁ ଆପଣ ନିୟମିତ ଅଭ୍ୟାସରେ ପ୍ରାଣାୟାମ ସାମିଲ କରନ୍ତୁ । ଏହାସହିତ ଅନୁଲୋମ-ବିଲୋମ ସହିତ ଅନ୍ୟ ପ୍ରାଣାୟାମ ବି ଅଭ୍ୟାସ କରନ୍ତୁ ।