ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଥିବା ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲ ରେ ଜୁନ୍ ୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ, ୟୁଜିସି, ଏଆଇସିଟିଇ ସମେତ ସିବିଏସଇ ବୋର୍ଡକୁ ଅନ୍ତରାଷ୍ଟ୍ରୀୟ ଯୋଗ ପାଳନ କରିବା ପାଇଁ ସୂଚନା ପଠାଇ ଦିଆଯାଇଛି । ଶିକ୍ଷାକେନ୍ଦ୍ର ମାନଙ୍କରେ ମେ’ ୨ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । କାରଣ ଚଳିତ ବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଇଁ ୫୦ ଦିନର କାର୍ଯ୍ୟକ୍ରମ ରହିଛି ।
ଆୟୁଷ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ, ୟୁଜିସି, ଏଆଇସିଟିଇ ସମେତ ସିବିଏସଇ ବୋର୍ଡକୁ ପତ୍ର ଲେଖାଯାଇଛି । ଏହାସହିତ ୟୁଜିସି ସଚିବ ରାଜନିଶ ଜୈନ୍ ଙ୍କ ପକ୍ଷରୁ ମଧ୍ୟ କୂଳପତିଙ୍କୁ ପତ୍ର ଲେଖାଯାଇଛି । ଏନେଇ ରଜନିଶ ଜୈନ୍ କହତଛନ୍ତି କି ଯୋଗ ଦିବସର କାର୍ଯ୍ୟକ୍ରମ ମେ’ ୨ ରୁ ଆରମ୍ଭ ହେଇ ଜୁନ୍ ୨୧ ପର୍ଯ୍ୟନ୍ତ ଚାଲିବ ।
ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଯୋଗ ଦିବସରେ ବିଶେଷ ଅଭ୍ୟାସ କରାଯିବ । ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ଯୋଗ କ୍ରିୟା ଚାଲିବ । ୟୁଜିସି ପ୍ରବନ୍ଧକ ମୁତାବକ ଯୋଗ ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଦ୍ୱାରା ଦେଖାରଖା କରାଯିବ । ସେଥିପାଇଁ ସମସ୍ତ ଶିକ୍ଷାକେନ୍ଦ୍ର ପକ୍ଷରୁ ଯୋଗ ସମ୍ବନ୍ଧୀୟ ସମସ୍ତ ରିପୋର୍ଟ ଏବଂ ଭିଡିଓ ବିକାଶ ମନ୍ତ୍ରାଳୟକୁ ପଠାଯିବ । ୟୁଜିସି ପକ୍ଷରୁ ୟୁନିଭରସିଟି ଆକ୍ଟିଭିଟି ମନିଟରିଙ୍ଗ ପୋର୍ଟାଲ ପ୍ରସ୍ତୁ କରାଯାଇଛି । ଏହି ପୋର୍ଟାଲ ମାଧ୍ୟମରେ ଉଚ୍ଚ ଶିକ୍ଷାକେନ୍ଦ୍ରର କାର୍ଯ୍ୟକ୍ରମକୁ ୟୁଜିସି ତଦାରଖ କରିବ ।