ଶ୍ରୀନଗର(ଏଟିଆର ବ୍ୟୁରୋ): ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ହିଂସା ରୋକିବା ପାଇଁ ଇଣ୍ଟରନେଟ ସେବା ଓ ଏସଏମଏସ ସେବା ବନ୍ଦ କରାଯାଇଥିଲା ।
ଗତ ମାସରେ ଜମ୍ମୁ-କଶ୍ମୀରର କେବଳ ହସ୍ପିଟାଲ ଗୁଡିକରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲବା ବେଳେ ବର୍ତ୍ତମାନ ଜମ୍ମୁ-କଶ୍ମୀର ର ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି ।
ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ରୋହିତ କଂସଲଙ୍କ କହିବା ଅନୁଯାଇ ସମ୍ପୁର୍ଣ୍ଣ ସ୍ଥିତି ପରଖିବା ପରେ ଜମ୍ମୁ ଓ କାଶ୍ମୀର ସମସ୍ତ ଜିଲ୍ଲାରେ ଇଣ୍ଟରନେଟ ସେବା ଆରମ୍ଭ କରାଯିବ ।