ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ ଜାମିନ । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିଦାମ୍ବରଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜେଲରୁ ମୁକୁଳିବେ ଚିଦାମ୍ବରମ ।
ସୂଚନାଯୋଗ୍ୟ ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ ଚିଦାମ୍ବର । ସେ ତିହାର ଜେଲରେ ବିଚାର ବିଭାଗୀୟ ଜେଲରେ ପାଖାପାଖି ୧୦୦ ଦିନ ହେଲା ରହିଥିଲେ । ଜଷ୍ଟିସ ଆର ଭାନୁମତ.ଏସଏସ ବୋପାନ୍ନା ଏବଂ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି ।