ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯାନ୍ତ୍ରିକ ତୃଟି ଯୋଗୁଁ ଭାରତୀୟ ରେଳବାଇ ଆଇଆରସିଟିସି ୱେବସାଇଟ ଏବଂ ଆପ ୍ ରେ ଉପୁଜୁଥିବା ଟିକେଟ ବୁକିଂ ସମସ୍ୟାର ଏବେ ସମାଧାନ ହୋଇଛି । ଯାତ୍ରୀମାନେ ଏଣିକି ୱେବସାଇଟ ଓ ଆପ୍ ରେ ଅନଲାଇନ୍ ଟିକେଟ୍ ବୁକିଂ କରିପାରିବେ ବୋଲି ଆଇଆରସିଟିସି ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ଆଇଆରସିଟିସି ପକ୍ଷରୁ କୁହାଯାଇଛି କି, ବୁକିଂ ସମସ୍ୟାର ଏବେ ସମାଧାନ ହୋଇଯାଇଛି । ୱେବସାଇଟ ଏବଂ ଆପ୍ ଦୁଇଟିଯାକ କାମ କରୁଛି । ଯେଉଁ ଯାତ୍ରୀମାନଙ୍କ ଟିକେଟ ବୁକିଂ କରିବାର ଅଛି ସେମାନେ ଟିକେଟ ବୁକିଂ କରିପାରିବେ । ଟିକେଟ ବୁକିଂରେ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖିତ ।
ସୂଚନାଯୋଗ୍ୟ, ଯାନ୍ତ୍ରିକ ତୃଟି ଯୋଗୁଁ ମଙ୍ଗଳବାର ସକାଳୁ ଟିକେଟ ବୁକିଂ କରିବାରେ ସମସ୍ୟା ଉପୁଜୁଥିଲା । ଯେଉଁଥି ପାଇଁ ଯାତ୍ରୀ ହନ୍ତସନ୍ତ ହେଉଥିଲେ । କିନ୍ତୁ ଏବେ ଏହାର ସମାଧାନ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି ।