ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯାତ୍ରୀଙ୍କ ପାଇଁ ଆଇଆସିଟିସି ର ବଡ ଅଫର । ଭାରତୀୟ ରେଲୱେ ଆଇଆରସିଟିସି ପକ୍ଷରୁ ସେପ୍ଟମ୍ବର ୨୭ ରୁ ଭାରତ ଦର୍ଶନ ଟୁରିଷ୍ଟ ପ୍ୟାକେଜ୍ ଆରମ୍ଭ ହେବାକୁ ଯାଉଛି । ଗାନ୍ଧୀ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ଏହାକୁ ଆରମ୍ଭ କରାଯାଉଛି । ଏହି ପ୍ୟାକେଜ୍ ଅନୁଯାୟୀ ଯାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ସମ୍ବୋନ୍ଧିତ ସ୍ଥାନ ସମେତ ଗୁଜୁରାଟ ଏବଂ ମଧ୍ୟପ୍ରଦେଶର ପର୍ଯ୍ୟଟନ ସ୍ଥଳୀ ବୁଲିପାରିବେ । ଏହି ପ୍ୟାକେଜ୍ ରେ ମହାତ୍ମଗାନ୍ଧୀଙ୍କ ଜନ୍ମସ୍ଥଳୀ ପୋରବନ୍ଦର , ଅହମଦାବାଦ୍ ର ସାବରମତୀ ଆଶ୍ରମ ଏବଂ ବଡୋଦରା ବି ସାମିଲ ଅଛି ,ଯେଉଠି ଯାତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମା ଦେଖିପାରିବେ । ଏହା ପ୍ରାୟତଃ ଆଠ ରାତି ଏବଂ ନଅ ଦିନର ଯାତ୍ରା ରହିଛି ।
ଏହି ଯାତ୍ରା ରୀୱା ମଧ୍ୟପ୍ରଦେଶରୁ ଆରମ୍ଭ ହେବ । ଯାତ୍ରା ଅନୁଯାୟୀ ଇନ୍ଦୋର(ଓଁକାରେଶ୍ୱର), ଉଜ୍ଜୈନ (ମହାକାଳେଶ୍ୱର), ଅହମଦାଦ୍ଦ୍ ଦ୍ୱାରକା, ପୋରବନ୍ଦର, ସୋମନାଥ ଏବଂ ବଡୋଦରା (ଷ୍ଟାଚ୍ୟୁ ଅଫ୍ ୟୁନିଟ୍) ରହିଛି । ଏହି ପ୍ୟାକେଜ୍ ପାଇଁ ଯାତ୍ରୀ ପିଛା ସ୍ଲିପର କ୍ଲାସରେ ୮୫୦୫ ଟଙ୍କା ରହିଥିବା ବେଳେ ୩ଏସି ପାଇଁ ୧୦,୩୯୫ ରହିଛି । ଏଥିରେ ସକାଳ , ମଧ୍ୟାହ୍ନ ଏବଂ ରାତ୍ରି ଭୋଜନ ବି ସାମିଲ ରହିଛି । ଏହାସହିତ ରାତିରେ ରହିବାର ସୁବିଧା, ବସ୍ ସୁବିଧା ଏବଂ ଯାତ୍ରା ସହ ଜଡିତ ସମସ୍ତ ସୂଚନା ସାମିଲ ରହିବ । କିନ୍ତୁ ଏହି ପ୍ୟାକେଜରେ ଦର୍ଶନୀୟ ସ୍ଥାନର ଟିକେଟ ଏବଂ ଗାଇଡ ଚାର୍ଜ ସାମିଲ ନାହିଁ ।
ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ପାଖରେ ଭୋଟର ଆଇଡି, ଆଧାରକାର୍ଡ, ପ୍ୟାନ୍ କାର୍ଡ,ପାସପୋର୍ଟ କିମ୍ବା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ପରିଚୟ ପତ୍ର ରଖିବା ଉଚିତ୍ । ଏହାବ୍ୟତିତ ଯାତ୍ରୀଙ୍କ ବର୍ତ୍ତମାନର ରଙ୍ଗୀନ ଫଟୋ ବି ଆବଶ୍ୟକ । ଏହି ଯାତ୍ରାର ଅବଧି ସେପ୍ଟମ୍ବର ୨୭ ରୁ ଆକ୍ଟୋବର ୫ ପର୍ଯ୍ୟନ୍ତ ରହିଛି ।