ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବୀମା ବିନିୟାମକ ବିକାସ ପ୍ରାଧିକରଣ (ଆଇଆରଡିଏଆଇ)ର ‘ମୋଟର ଥାର୍ଡ ପାର୍ଟି’ ଏବଂ ‘ଓନ୍ ଡ୍ୟାମେଜ୍ ଇଂସୋରାନ୍ସ’ ଅଗଷ୍ଟ ୧ ତାରିଖରୁ ଇଂସୁରାନ୍ସ ସହ ଜଡିତ ନିୟମରେ ପରିବର୍ତ୍ତନ କରାଯିବ । ଆଇଆରଡିଏଆଇ ର ନିର୍ଦ୍ଦେଶ ମୁତାବକ ନୂତନ ନିୟମ ଲାଗୁ ହେବା ପରେ ନୂଆ କାର କିଣିବାକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ୩ ଏବଂ ୫ ବର୍ଷ ର କଭର ନେବା ବାଧ୍ୟତାମୂଳକ ହେବ ନାହିଁ । ଏବେ ଏହି ଗାଡି ଗୁଡିକ ଉପରୁ ପ୍ୟାକେଜ କଭର ଉଠାଇ ଦେବାର ନିଷ୍ପତି ନେଇଛି ଆଇଆରଡିଏଆଇ ।
ଇଂସୁରାନ୍ସ ପଲିସିରେ ପରିବର୍ତ୍ତନର ସିଧା ପ୍ରଭାବ ଗାଡିର ଦାମ୍ ଉପରେ ପଡିବ । ନୂତନ ନିୟମ ଲାଗୁ ହେବା ପରେ ଏବେ ଗାଡି କିଣିବା ଶସ୍ତା ହୋଇଯିବ । ଏନେଇ ଆଇଆରଡିଏଆଇ ପକ୍ଷରୁ କୁହାଯାଇଛି କି ଲଙ୍ଗ ଟର୍ମ ପ୍ୟାକେଜ ପଲିସି ଯୋଗୁଁ ନୂତନ ଗାଡି କିଣିବା ଲୋକଙ୍କ ପାଇଁ ମହଙ୍ଗା ହୋଇଥାଏ ।
ସୂଚନାଯୋଗ୍ୟ, ୨୦୧୮ ମସିହା ଅଗଷ୍ଟ ମାସରୁ କାର କିଣିବା ଉପରେ ତିନି ବର୍ଷର ମୋଟର ଇଂସ୍ୟୁରାନ୍ସ ପଲିସିକୁ ବାଧ୍ୟତାମୂଳକ କରିଦେଇଥିଲା ଆଇଆରଡିଏଆଇ । ପୁଣି ସେପ୍ଟମ୍ବର ମାସରେ ଦୁଇ ଚକିଆ ଗାଡି ଉପରେ ୫ ବର୍ଷର ଇଂସ୍ୟୁରାନ୍ସ ପଲିସି ବାଧ୍ୟତାମୂଳକ କରିଥିଲା । ଏହାପରେ ୨୦୨୦ ମସିହା ଜୁନ୍ ମାସରେ ଲଙ୍ଗ ଟର୍ମ ପ୍ୟାକେଜର ସମୀକ୍ଷା କରାଗଲା, ପୁଣି ଏବେ ନିୟମରେ ପରିବର୍ତ୍ତନ କରାଯାଉଛି ।
ଆକ୍ସିଡେଣ୍ଟ ସମୟରେ ମୋଟର ଇଂସ୍ୟୁରାନ୍ସ ପଲିସି ମୁଖ୍ୟତ ୨ ପ୍ରକାରର କଭର ଦେଇଥାନ୍ତି । ପ୍ରଥମଟା ହେଉଛି ଥାର୍ଡ ପାର୍ଟି କଭର ଏବଂ ଦ୍ୱିତୀୟଟା ହେଉଛି ଓନ୍ ଡ୍ୟାମେଜ କଭର । ମୋଟରଯାନ ଆଇନ୍ ଅନୁଯାୟୀ ସମସ୍ତ ଗାଡି ମାଲିକଙ୍କୁ ଥାର୍ଡ ପାର୍ଟି ବୀମା କରିବା ନିହାତି ଆବଶ୍ୟକ ।