କୋଲକାତା ( ଏଟିଆର ବ୍ୟୁରୋ): ହନୁମାନ ଚାଳିଶା ପଢିବା ହେଲା କାଳ । ହନୁମାନ ଚାଳିଶା ପଢିବାରୁ ଘର ଖାଲି କରିବାକୁ ନିର୍ଦେଶ । ଜୀବନରୁ ମାରି ଦେବାକୁ ଧମକ । ସାମୁହିକ ହନୁମାନ ଚାଳିଶାରେ ଯୋଗ ଦେବାରୁ ତିନି ତଲାକ ପିଟସନ ଦେଇଥିବା ଇସରତ ଜହାଁ ଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିବା ସହିତ ଘର ଖାଲି କରିବାକୁ ନିର୍ଦେଶ ମିଳିଛି ।
ସୂଚନା ଅନୁସାରେ ଗତ ମଙ୍ଗଳବାର ହାୱଡା ଡବସନ ରୋଡ ସ୍ଥିତ ସଂଙ୍କଟମୋଚନ ହନୁମାନ ମନ୍ଦିରରେ ହନୁମାନ ଚାଳିଶାରେ ସାମିଲ ହୋଇଥିଲେ । ଯାହାକୁ ନେଇ ପଡୋଶୀଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ଇସରତଙ୍କୁ ଘର ଖାଲି କରିବାକୁ ମାଲିକ ମନଜୀର ହୋସେନ ନିର୍ଦେଶ ଦେଇଛନ୍ତି । ଖାଲି ଘର ଖାଲି କରିବାକୁ ନୁହେଁ ଜୀବନରୁ ମାରି ଦେବାକୁ ମଧ୍ୟ ମିଳୁଛି ଧମକ ।
ଏହି ଘଟଣାକୁ ନେଇ ବୁଧବାର ଅପରାହ୍ନରେ କିଛି ଲୋକ ଇସରତଙ୍କ ଘର ଆଗରେ ଠିଆ ହୋଇ ପାଟି ତୁଣ୍ଡ କରିବା ସହିତ ଘର ଖାଲି କରିବାକୁ ନାରାବାଜି ଦେଇଥିଲେ । ହୋ ହାଲ୍ଲା କରିଥିଲେ । ଇସରତ ବୁର୍ଖା ପିନ୍ଧି ହନୁମାନ ଚାଳିଶା ପାଠ କରି ଥିବାରୁ ଆପତ୍ତି ଉଠାଇଛନ୍ତି ପଡୋଶୀ ।