ବିଶାଖାପଟନମ (ଏଟିଆର ବ୍ୟୁରୋ): ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛି । ଆଜି ଭାରତୀୟ ଗବେଷଣା କେନ୍ଦ୍ର ଇସ୍ରୋ ମହାକାଶକୁ ଗୁଇନ୍ଦା ଆଖି, RISAT – 2BR1 ପଠାଇବାକୁ ଯାଉଛି । RISAT – 2BR1 କୁ PSLV-48 ଯାନ ମାଧ୍ୟମରେ ମହାକାଶକୁ ଛଡା ଯିବ । ଆଜି ଏହା ଶ୍ରୀହରିକୋଟାର ସତିଶ ଧୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚପେଡରୁ ଅପରାହ୍ନ ୩.୨୫ମିନିଟରେ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
PSLV-48 ମିଶନର ଏହା ୫୦ତମ ଉତକ୍ଷେପଣ ହୋଇଥିବା ବେଳେ ଶ୍ରୀହରି କୋଟାରୁ ପଠାହେଉଥିବା RISAT – 2BR1 ରକେଟ ୭୫ତମ ଉତକ୍ଷେପଣ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଉଛି । ଏହି ଉପଗ୍ରହର ଓଜନ ୬୨୮ କିଲୋଗ୍ରାମ ହୋଇଥିବା ବେଳେ ଏହା ନିଜ ସହ ୯ଟି ଛୋଟଛୋଟ ଉପଗ୍ରହକୁ ନେଉଥିବା ଜଣାପଡିଛି । ତେବେ ଏହି ୯ଟି ଉପଗ୍ରହ ମଧ୍ୟରୁ ଆମେରୀକାର ୬ଟି ଥିବା ବେଳେ ଇସ୍ରାଏଲ, ଇଟାଲୀ, ଜାପାନର ଗୋଟିଏ ଉପଗ୍ରହ ରହିଛି । ଏହି ଉପଗ୍ରହଟିକୁ କୃଷି, ବଣ, ବିପର୍ଯ୍ୟୟର ମୁକାବିଲା କରାଯିବାରେ ସାହାୟକ ହେବା ପାଇଁ ପ୍ରସ୍ତୁତ କରାଯାଉଛି ।