ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଦ୍ୱାରା ଡାଃ ଏପିଜେ ଅବଦୁଲ କଲାମ ପୁରସ୍କାରରେ ଇସ୍ରୋ ଅଧ୍ୟକ୍ଷ ସିବନଙ୍କୁ ସମ୍ମାନିତ କରାଯାଇଛି । ବିଜ୍ଞାନ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ସିବନଙ୍କ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଭାରତୀୟ ଆନ୍ତରିକ୍ଷ ଅନୁସନ୍ଧାନ ସଂଗଠନର ଅଧ୍ୟକ୍ଷ ସିବନଙ୍କୁ ଏହି ପୁରସ୍କାର ସ୍ୱାଧିନତା ଦିବସ ଅବସରେ ସମ୍ମାନିତ କରିବାର ଯୋଜନା ଥିଲା । ମାତ୍ରା ତାହା ସମ୍ଭବ ହୋଇପାରିନଥିଲା ।
ଏହାପରେ ଗୁରୁବାର ସଚିବାଳୟ ଠରେ ପଲାନୀସ୍ୱାମୀଙ୍କ ସହ ଇସ୍ରୋ ପ୍ରମୁଖ ସାକ୍ଷାତ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାରରେ ଆଠ ଗ୍ରାମର ସ୍ୱର୍ଣ୍ଣ ପଦକ, ନଗଦ ପାଞ୍ଚ ଲକ୍ଷ ଟଙ୍କା ଏବଂ ଏକ ପ୍ରଶସ୍ତି ପତ୍ର ଦିଆଯାଇଛି । ସେହି ବ୍ୟକ୍ତି ମାନଙ୍କୁ କଲାମ ପୁରସ୍କାରରେ ସମ୍ମାନିତ କରାଯାଇଥାଏ,ଯେଉଁମାନେ ବୈଜ୍ଞାନିକ ବିକାଶ, ମାନବ ଏବଂ ଛାତ୍ର କଲ୍ୟାଣକୁ ଆଗକୁ ନେବା ପାଇଁ କାମ କରିଥାନ୍ତି । ଏହାକୁ ତାମିଲନାଡୁ ସରକାର ଦ୍ୱାରା ପ୍ରଦାନ କରାଯାଇଥାଏ । ମୁଖ୍ୟମନ୍ତ୍ରୀ ଜୟଲଳିତା ୨୦୧୫ ରେ ପୂର୍ବ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନାମରେ ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ ।
ସିବନଙ୍କ ଅଧ୍ୟକ୍ଷତାରେ ଇସ୍ରୋ ଜୁଲାଇ ୨୨ ରେ ଚନ୍ଦ୍ରଗ୍ରହଣରେ ଦ୍ୱିତୀୟ ମିଶନ ଚନ୍ଦ୍ରଯାନ ୨ କୁ ସଫଳତା ପୂର୍ବକ ଲଞ୍ଚ କରିଥିଲେ ।