ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗନାଇଜେସନ୍ ୨୦୨୨ ପର୍ଯ୍ୟନ୍ତ ନିଜର ପ୍ରଥମ ସ୍ପେସ ମିଶନ ଗଗନଯାନ ପଠାଇବା ପ୍ରସ୍ତୁତିରେ ଲାଗିପଡିଛି । ଏହାସହିତ କିଛି ଅନ୍ୟ ଯୋଜନା ପାଇଁ ଉପରେ ବି କାମ ଚାଲିଛି ।
ଇସ୍ରୋ ଚେୟାରମ୍ୟାନ୍ କେ.ସିବନ କହିଛନ୍ତି , ଆମ ଯୋଜନା ଅନ୍ତରୀକ୍ଷରେ ଏକ ସ୍ପେସ ଷ୍ଟେସନ ସ୍ଥାପିତ କରିବାର ରହିଛି । ସ୍ପେସ୍ ମିଶନ ଲଞ୍ଚ କରିବାର ଚତୁର୍ଥ ଦେଶ ଭାବେ ଭାରତ ନିକଟରେ ମଉକା ରହିଛି । ଏଥିପାଇଁ ପାଇଲଟଙ୍କ ଚୟନ ବି ହୋଇସାରିଲାଣି । ଏବେ ସେମାନଙ୍କୁ ଟ୍ରେନିଂ ଦିଆଯିବ । ସ୍ୱତନ୍ତ୍ରତା ଦିବସ ୨୦୨୨ ପୂର୍ବରୁ ପ୍ରଥମ ମିଶନ ପଠାଯିବ, ଯେଉଁଥିରେ ମାନବ ରହିବେ ।
ପୁଣି ଆହୁରୀ ମିଶନ ପଠାଯିବ ଏବଂ ଏହାପରେ ସ୍ପେସ ଷ୍ଟେସନ ସ୍ଥାପିତ କରାଯିବ । ଇସ୍ର ପକ୍ଷରୁ ୩ ସଦସ୍ୟ ବିଶିଷ୍ଟ କ୍ର୍ୟୁ କୁ ନେବା ପାଇଁ ୩.୭ ଟନ୍ ର ସ୍ପେସକ୍ରାଫ୍ଟ ଡିଜାଇନ୍ କରାଯାଇଛି । କିନ୍ତୁ ପ୍ରଥମ ଫ୍ଲାଇଟରେ କେବଳ ଜଣେ ଆନ୍ତରୀକ୍ଷ ଯାତ୍ରୀଙ୍କୁ ପଠାଇବାର ସମ୍ଭାବନା ରହିଛି । ଏଷ୍ଟ୍ରନଟ୍ସକୁ ପ୍ରଶିକ୍ଷିତ କରିବା ପାଇଁ ଏବଂ କ୍ରୁ କ୍ୟାପ୍ସୁଲ ରେ ଲାଇଫ୍ ସପର୍ଟୋ ସିଷ୍ଟମ କରିବା ପାଇଁ ଋଷର ସହାୟକ ନିଆଯାଇଛି ବୋଲି କେ ସିବନ କହିଛନ୍ତି । ଆନ୍ତରୀକ୍ଷଯାତ୍ରୀଙ୍କ ସ୍ପେସ୍ ସୁଟ୍ ବି ଋଷରେ କରାଯିବ ।