ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ -୨ ର ଅର୍ବିିଟର ପଠାଇଲା ଚନ୍ଦ୍ରର ଫଟୋ । ଭାରତୀୟ ଅନ୍ତରୀକ୍ଷ ଅନୁସଂନ୍ଧାନ ସସ୍ଥା ( ଇସ୍ରୋ) ଏହି ଫଟୋ ଟ୍ୱିଟ ମାଧ୍ୟମରେ ଜାରି କରିଛି । ଏଥିରେ ଚନ୍ଦ୍ର ପୃଷ୍ଠ ସମେତ ସେଠାରେ ଥିବା ଛୋଟବଡ ଗାତ ମଧ୍ୟ ଦେଖାଯାଉଛି ।
#ISRO
Have a look at the images taken by #Chandrayaan2's Orbiter High Resolution Camera (OHRC).
For more images please visit https://t.co/YBjRO1kTcL pic.twitter.com/K4INnWKbaM— ISRO (@isro) October 4, 2019
ସୂଚନାଯୋଗ୍ୟ ଗତ ମାସରେ ଚନ୍ଦ୍ରଯାନ -୨ ମହାକାଶରେ ପହଞ୍ଚିଥିଲା । ସେପ୍ଟେମ୍ବର ୭ ତାରିଖରେ ସେଥିରେ ଥିବା ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ଅବତରଣ କରିଥିଲା । ମାତ୍ର ୨.୧ କିଲୋମିଟର ପୂର୍ବରୁ ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ହୋଇ ପାରିନଥିଲା । ଲ୍ୟାଣ୍ଡର ବିକ୍ରମ ଦକ୍ଷିଣ ପାଶ୍ୱର୍ରେ ହାର୍ଡ ଲ୍ୟାଣ୍ଡି କରିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ବିକ୍ରମ ସହିତ ଯୋଗାଯୋଗ କରିବାକୁ ଇସ୍ରୋ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ ।
ଅନ୍ୟପଟେ ଚନ୍ଦ୍ରଯାନ -୨ ୯୮ ପ୍ରତିଶତ ସଫଳ ହୋଇଥିବା ଇସ୍ରୋ ମୁଖ୍ୟ େ କ ଶିବନ ସୂଚନା ଦେଇଥିଲେ । କାରଣ ଏବେ ଚନ୍ଦ୍ର ଚାରିପାଖରେ ଚନ୍ଦ୍ରଯାନ -୨ ର ଅର୍ବିଟର ବୁଲୁଛି । ଯାହା ଚନ୍ଦ୍ର ପୃଷ୍ଠର ଫଟୋ ସମେତ ସୂଚନା ଦେଇପାରିବ ।