ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ ୨ ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ନେଇ ୧୪ ଦିନ ବିତି ଗଲାଣି । ଏନେଇ ଶନିବାର ଦିନ ଇସ୍ରୋର ଅଧ୍ୟକ୍ଷ କେ ସିବନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କେ. ସିବନ କହିଛନ୍ତି କି, ବିକ୍ରମ ଲାଣ୍ଡର ସହ ଯୋଗଯୋଗ କରିବାରେ ଇସ୍ରୋ ସଫଳ ହୋଇ ପାରି ନାହିଁ । କିନ୍ତୁ ଚନ୍ଦ୍ରଯାନ ୨ ର ଅର୍ବିଟର ସଠିକ୍ ଭାବେ କାର୍ଯ୍ୟ କରୁଛି । ଏହି ଅର୍ବିଟରରେ ପାଖାପାଖି ଆଠଟି ଉପକରଣ ଲାଗିଛି । ପ୍ରତ୍ୟେକ ଉପକରଣରେ ନିଜର ଭିନ୍ନ ଭିନ୍ନ କାମ କରିବାର ନିର୍ଦ୍ଧାରିତ କରାଯାଇଛି । ଯେଉଁଭଳି ଭାବେ ଯୋଜନା କରାଯାଇଥିଲା ଠିକ୍ ସେହିଭଳି ଭାବେ ଏହି ସମସ୍ତ ଉପକରଣ କାମ କରୁଛନ୍ତି ।
ଏହାପରେ ଇସ୍ରୋ ପ୍ରମୁଖ ସୂଚନା ଦେଇଛନ୍ତି କି ଚନ୍ଦ୍ରଯାନ ୨ ପରେ ଇସ୍ରୋର ଆଗାମୀ ମିଶନ ହେଉଛି ଗଗନାୟନ ମିଶନ । ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ୧୦ ହଜାର କୋଟି ଟଙ୍କାର ଏହି ମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଗଗନାୟନ ମିଶନ ଅନୁଯାୟୀ , ତିନି ଆନ୍ତରୀକ୍ଷ ଯାତ୍ରୀଙ୍କୁ ନେଇ ଏକ ଆନ୍ତରୀକ୍ଷ ଯାନ ୨୦୨୧ରେ ଉଡାଣ ଭରିବ । ଇସ୍ରୋ ଏବଂ ଭାରତୀୟ ବାୟୁସେନାର ମିଳିତ ସହଯୋଗରେ ଏହି ମିଶନ କାମ କରାଯିବ । ବାୟୁସେନା ପକ୍ଷରୁ ତିନି ଜଣ ପ୍ରମୁଖ ପାଇଲଟଙ୍କୁ ବଛାଯାଇ ଇସ୍ରୋକୁ ଦିଆଯିବ । ଏହାପରେ ସେମାନଙ୍କୁ ଇସ୍ରୋ ପକ୍ଷରୁ ଟ୍ରେନିଂ ଦିଆଯିବ । ଏହା ଭାରତର ଏକ ମହତପୂର୍ଣ୍ଣ ମିଶନ । ଯେଉଁଥିରେ ତିନି ଭାରତୀୟ ଆନ୍ତରୀକ୍ଷରେ ସାତ ଦିନ ପାଇଁ ଯାତ୍ରା କରିବେ । ଏହି ଗଗନାୟନ ମିଶନ ଭାରତ ଏବଂ ଇସ୍ରୋର ପ୍ରଥମ ମାନବ ମିଶନ । ଏହାକୁ ୨୦୨୧ ରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ପାଇଲଟ ଚୟନ କରିବା ପ୍ରକ୍ରିୟ ବି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ପାଇଲଟଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି । ଯେଉଁଥିରେ ବଲାଙ୍ଗିରିର ଜଣେ ଓଡିଆ ପୁଅ ବି ସାମିଲ ଅଛନ୍ତି ।