ବାଙ୍ଗାଲୋର ( ଏଟିଆର ବ୍ୟୁରୋ): ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗର ସମସ୍ଥ ଆଶା ଶେଷ ହୋଇଛି! ଆସନ୍ତା ୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ସହିତ ଚନ୍ଦ୍ରଯାନ ୨ ର ଯୋଗାଯୋଗ ଛିନ୍ନ ହୋଇଥିଲା । ସେବେଠାରୁ ଇସ୍ରୋ ପକ୍ଷରୁ ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିଲା । ଦିନ ଯେତେ ଗଡି ଚାଲୁଛି ବିକ୍ରମ ସହିତ ଯୋଗାଯୋଗ ହେବାର ଆଶା ସେତେ ମଉଳି ଚାଲିଛି । ସେ ଯାହା ହେଉ ଇସ୍ରୋ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପୁରା ଦେଶ ରହିଥିଲା । ତେବେ ଏବେ ଇସ୍ରୋ ପକ୍ଷରୁ ଏବେ ଗୋଟେ ଟ୍ୱିଟ କରାଯାଇଛି ।
Thank you for standing by us. We will continue to keep going forward — propelled by the hopes and dreams of Indians across the world! pic.twitter.com/vPgEWcwvIa
— ISRO (@isro) September 17, 2019
ସେଥିରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛି ଇସ୍ରୋ । ପୁରା ଦେଶ ସେମାନଙ୍କ ସହିତ ରହିଥିବାରୁ ଧନ୍ୟବାଦ ଦେଇଛି ଇସ୍ରୋ । ଆହୁରି ମଧ୍ୟ କୁହାଯାଇଛି ଆମେ ଭାରତୀୟଙ୍କ ଆଶା ଓ ଭରଷାକୁ ପୁରଣ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା କରିବୁ । ସୂଚନାଯୋଗ୍ୟ ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଚନ୍ଦ୍ରଯାନ -୨ ର ଲ୍ୟାଣ୍ଡର ବିକ୍ରମ ଗତ ୭ ତାରିଖରେ ଲ୍ୟାଣ୍ଡିଂ କରିବାର ମାତ୍ର ୨.୧ କିମି ଦୂରରୁ ଇସ୍ରୋ ସହିତ ସଂମ୍ପର୍କ ଛିନ୍ନ କରିଥିଲା । ତେବେ ଚନ୍ଦ୍ରଯାନ -୨ ରେ ପଠାଯାଇଥିବା ଅର୍ବିଟର ଏବେ ବି ଚନ୍ଦ୍ରରେ ଘୂର୍ଣ୍ଣାୟମାନ କରୁୂଛି । ଲ୍ୟାଣ୍ଡର ବିକ୍ରମର ଅବସ୍ଥିତି ସମ୍ପର୍କରେ ମଧ୍ୟ ଅର୍ବିଟର ଫଟୋ ପଠାଉଛି ।
ମାତ୍ର ବିକ୍ରମ ସହିତ ଇସ୍ରୋ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରୁନି । ଅନ୍ୟପଟେ ବିକ୍ରମର ଆୟୁଷ ଚନ୍ଦ୍ରରେ ରହିଥିଲା ମାତ୍ର ୧୩ ଦିନ । ଏହି ସମୟ ଅତିକ୍ରାନ୍ତ ପରେ ନିସ୍କ୍ରିୟ ହୋଇ ପଡିବ ବିକ୍ରମ । ଅପରପକ୍ଷେ ନାସାର ଅର୍ବିଟର ବିକ୍ରମର ପାଶ୍ୱର୍ ଦେଇ ଗତକାଲି ଗତି କରିବାର ଥିଲା । ନାସା ବ୍ରିକ୍ରମର ଫଟୋ ଦେବ ବୋଲି ସୂଚନା ଦେଇଥିଲା । ତେବେ ଇସ୍ରୋ ପକ୍ଷରୁ ଗତକାଲି କରାଯାଇଥିବା ଏହି ଟ୍ୱିଟ ବିକ୍ରମ ସହ ଯୋଗାଯୋଗର ସବୁ ଆଶା ସରିଥିବା ଚର୍ଚ୍ଚା ହେଉଛି ।