ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟା ରାୟ ଉପରେ ଦେଶବାସୀଙ୍କର ଦୃଷ୍ଟି ଥିବା ବେଳେ ସୁପ୍ରମିକୋର୍ଟ ଏହା ଉପରେ ନିଜର ରାୟ ପ୍ରଦାନ କରିସାରିଛନ୍ତି । ସୁପ୍ରିମକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇ ଥିବା ବେଳେ ବାବରି ମସଜିତ ନିର୍ମାଣ କରିବା ପାଇଁ ଜଗା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କିଛିଟା ଅସନ୍ତୋଷ ସତ୍ୱ ଦେଶରେ ଶାନ୍ତି ବଜାଇ ରହିଛି । ହେଲେ ଏହିଭଳି ସମୟରେ ଦେଶରେ ଅଶାନ୍ତି ଖେଳାଇବା ପାଇଁ ଜୈଶ- ଏ- ମହମ୍ମଦ ସଡଯନ୍ତ୍ର କରୁଥିବା ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ ଜୈଶ- ଏ- ମହମ୍ମଦ ମୁଖ୍ୟ ମୌଲାନା ମସୁଦ ଆଝାରଙ୍କ ଏକ ବାର୍ତ୍ତା ଗୁଇନ୍ଦା ଏଜେନ୍ସି ମାନଙ୍କ ହାତରେ ପଡିଛି । ମୌଲାନା ମସୁଦ ଆଝାର ନିଜର ବାର୍ତ୍ତା ଟେଲିଗ୍ରାମ ଜରିଆରେ ପଠାଇଛି । ଏହି ବାର୍ତ୍ତାରେ ଜଣାପଡିଛଇ ଯେ ପାକିସ୍ତାନର ଏହି ଆତଙ୍କବାଦୀ ସଙ୍ଗଠନ ଅଯୋଧ୍ୟାରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଏହି ବାର୍ତ୍ତା ଗୁଇନ୍ଦା ବିଭାଗ ହାତରେ ପଡିବା ପରେ ସେମାନେ ସମସ୍ତ ନିରାପତ୍ତା ଏଜେନ୍ସି ମାନଙ୍କୁ ପଠାଇ ଦେଇଛନ୍ତି । ଏହାପରେ ଅଯୋଧ୍ୟା ଏବଂ ସହରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ନିରାପର୍ତ୍ତା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଭାରତରେ କାର୍ଯ୍ୟରତ ଜୈଶ- ଏ- ମହମ୍ମଦର ନେଟୱାର୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଦେଶରେ ଥିବା ସମସ୍ତ ଆତଙ୍କବାଦୀଙ୍କ ଉପରେ ନଜର ରଖାଗଲାଣି ।