ତାମିଲନାଡୁ(ଏଟିଆର ବ୍ୟୁରୋ): ତାମିଲନାଡୁ ସରକାର ଜାଲିକାଟୁ ପ୍ରତିଯୋଗିତା ପାଇଁ ଶୁକ୍ରବାର ଦିନ ତାରିଖ ଘୋଷଣା କରିଛନ୍ତି । ଏହି ପ୍ରତିଯୋଗିତା ଜାନୁଆରୀ ୧୫ ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ତାମିଲନାଡୁ ମଦୁରାଇରେ ଦୀର୍ଘ ୧୬ ଦିନ ଧରି ଏହି ପ୍ରତିଯୋଗିତା ହେବ । ମଦୁରାଇ ଜିଲ୍ଲାପାଳ କହିଛନ୍ତି ଯେ, ଏହି ପ୍ରତିଯୋଗିତାରେ ୨୧ ବର୍ଷରୁ କମ ପ୍ରତିଯୋଗି ମାନେ ଅଶଂ ଗ୍ରହଣ କରି ପାରିବେନି । ମଦୁରାଇ ଜିଲ୍ଲାର ପଲାମେଣ୍ଡୁ ଓ ଆଲନଗନାଲୁର ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ତେବେ ଏହି ପ୍ରତିଯୋଗିତାକୁ ନେଇ ଷଣ୍ଡମାନଙ୍କ ମାଲିକ ମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାଲିକ ମାନେ ଷଣ୍ଡମାନଙ୍କୁ ତାଲିମ ଦେଉଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ପ୍ରାୟ ୨୦୦୦ଟି ଷଣ୍ଡ ଏହି ପ୍ରତିଯୋଗିତାରେ ଭାଗ ନେବେ । ଏହି ପ୍ରତିଯୋଗିତା ପାଇଁ ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ତାମିଲନାଡୁ ପ୍ରସିଦ୍ଧି ଲାଭ କରିଛି ।