ଜମ୍ମୁ-କାଶ୍ମୀର(ଏଟିଆର ବ୍ୟୁରୋ): କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପାଳନ କରୁଛନ୍ତି ଜମ୍ମୁ-କାଶ୍ମୀର ବାସୀ । ଧାରା ୩୭୦ ଉଚ୍ଛେଦ ପରେ ବଡ ଉତ୍ସବର ସହିତ ଜମ୍ମୁ-କାଶ୍ମୀର ବାସିନ୍ଦା ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି ।
କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଜମ୍ମୁ-କାଶ୍ମୀରର ପ୍ରଥମ ରାଜ୍ୟପାଳ ଭାବେ ଓଡିଆ ଗିରିଶ ଚନ୍ଦ୍ର ମୁୁର୍ମୁ ନିଯୁକ୍ତି ପାଇଛନ୍ତି । ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁ ପତକା ଉତ୍ତୋଳନ କରିଛନ୍ତି ।
ତେବେ ଜମ୍ମୁ-କାଶ୍ମୀର ଓ ଲଦାଖରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ମଧ୍ୟ କରାଯାଇଛି । ଏଲଓସି ସମେଦ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ରୁରୁତ୍ୱ ଦିଆଯାଇଛି ।
ସେନା ସହିତ ମିଶି ଜମ୍ମୁ-କାଶ୍ମୀର ବାସିନ୍ଦା ଭିବିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ପ୍ରଥମ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗାକୁ ସଲାମ କରିବା ସହିତ ଜାତୀୟ ସଙ୍ଗିତ ମଧ୍ୟ ଗାନ କରିଛନ୍ତି ।