ଜାମ୍ମୁ -କାଶ୍ମୀର (ଏଟିଆର ବ୍ୟୁରୋ ) ; ରାଜ୍ୟପାଳ ଭାଙ୍ଗିଲେ କାଶ୍ମୀର ବିଧାନସଭା । ଆସନ୍ତା ଡିସେମ୍ବର ୧୯ ତାରିଖରେ କାଶ୍ମୀରରେ ଚାଲିଥିବା ରାଜ୍ୟପାଳ ଶାସନର ଅବଧି ସରୁଥିବା ବେଳେ ଏହାପୂର୍ବରୁ ଖୋଦ ରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିଛନ୍ତି । ତେବେ ଜାମ୍ମୁ କାଶ୍ମୀରରେ ସରକାର ଗଠନ କରିବା ପାଇଁ ବିଭିନ୍ନ ରାଜନତିକ ଦଳ ଚେଷ୍ଟା ଜାରି ରହିଥିଲେ । ମୋଟ ଦୁଇଟି ମେଣ୍ଟରାଜ୍ୟପାଳଙ୍କୁ ସରକାର ଗଠନ ନେଇ ସମୟ ମାଗିଥିଲେ । ତେବେ ରାଜ୍ୟପାଳ ଆଲୋଚନା ପୂର୍ବରୁ ବିଧାନସଭାକୁ ଭାଙ୍ଗିଦେଇଛନ୍ତି ।
ସୂଚନାଯୋଗ୍ୟ , ଗତ ଜୁନ ମାସରେ ଜାମ୍ମୁ କାଶ୍ମୀର ସରକାରରୁ ବିଜେପି ନିଜ ସମର୍ଥନ କାଢି ନେବା ପରେ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା । ତେବେ ରାଜ୍ୟପାଳଙ୍କ ଶାସନର ଅବଧି ଆସନ୍ତା ଡିସେମ୍ବରରେ ଶେଷ ହେବ । ତେବେ ପିଡିପି ପକ୍ଷରୁ ଜାମ୍ମୁ -କାଶ୍ମୀରରେ ସରକାର ବନାଇବାକୁ ସ୍ଥିର କରାଯାଇଥିବା ବେଳେ ପିଡିପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଫ୍ୟାକ୍ସ କରାଯାଇଥିଲା । ତେବେ ଫ୍ୟାକ୍ସଟି ରାଜ୍ୟପାଳ ପାଖରେ ପହଞ୍ଚିନଥିଲା । ଯାହାକୁ ନେଇ ରାଜ୍ୟପାଳ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ।
ସୂଚନାଥାଉକି , ପିଡିପି ସହିତ , କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ଦଳ ମେଣ୍ଟ ହୋଇ ସରକାର ଗଢିବାକୁ ପ୍ରୟାସ କରିଥିଲେ । ତେବେ ପରସ୍ପର ବିରୋଧୀ ଓ ଭିନ୍ନ ଭିନ୍ନ ଚିନ୍ତାଧାରା ଥିବା ଦଳ ଗୁଡିକ ଏକାଠି ସରକାର କିପରି ଗଢିବେ ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ । ତେବେ ଜାମ୍ମୁ କାଶ୍ମୀରର ନିର୍ବାଚନ ଆ୍ଗାମୀ ସାଧାରଣ ନିର୍ବାଚନ ସହିତ ହେବ ବୋଲି କଣାପଡିଛି ।