ଶ୍ରୀନଗର(ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସରକାରଙ୍କ ଦ୍ୱାରା ଏଠାରେ ବହୁ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି । ଧାରା ୩୭୦ ଉଚ୍ଛେଦ ପରେ ଏହାରେ ବହୁ ଉତ୍ତୋଜନା ଦେଖାଯାଇଥିଲା । ଜାମ୍ମୁ-କାଶ୍ମୀରେ ରହୁଥିବା ପାକିସ୍ତାନୀ ମାନଙ୍କୁ ପାକିସ୍ତାନ ଯିବା ପାଇଁ ସମୟ ଦିଆଯାଇଥିଲା । ତେବେ ଏହା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରର ବାସିନ୍ଦା ମାନଙ୍କୁ ଭାରତର ନାଗରିକତା ଦେବା ଆରମ୍ଭ କରାଯାଇଥିଲା । ଜମ୍ମୁ-କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ଆଜି ଜମ୍ମୁ-କାଶ୍ମୀରର ଡିଜିପି ଦିଲାବାଗ ସିଂହ ଆତଙ୍କୀ ଏବଂ ତାଙ୍କ ମୁଖିଆ ମାନଙ୍କୁ ଖୋଜି ବାହାର କରି ମାରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।
ଶ୍ରୀନଗର ପୋଲିସ କଣ୍ଟ୍ରୋଲ ରୁମରେ ଆୟୋଜିତ ଏକା ଉଚ୍ଚ ସ୍ତରୀୟ ବୈଠକରେ ଡିଜିପି ସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି । ଡିଜିପି ସିଂହ କହିଛନ୍ତି ଯେ, ଅତଙ୍କୀ ମାନଙ୍କ ବିରୋଧରେ କରାଯାଉଥିବା ସର୍ଚ୍ଚ ଅପରେସନକୁ ଅଧିକ ଗତିଶୀଳ କରାଯାଉ । ଆଉ ଆତଙ୍କୀ ମାନଙ୍କୁ ଖୋଜି ବାହାର କରାଯାଉ । ଯେଉଁ ଆତଙ୍କୀ ଆତ୍ମସମର୍ପଣ କରୁଛନ୍ତି ତାଙ୍କୁ ଆମେ ସ୍ୱାଗତ କରୁଛୁ । ଆଉ ଯିଏ ପାଲଟା ଜବାବ ଦେଉଛନ୍ତି, ତାର କାମ ଶେଷ କରାଯାଉ । ଡିଜିପି ସିଂହ ଆହୁରି ମଧ୍ୟ କହିଛନ୍ତି ଆଇନ ଉପରେ କେହି ନୁହଁନ୍ତି । ଯେଉଁମାନେ ଆଇନକୁ ଉଲ୍ଲଂଘନକରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗରୁ ଅନେକ ପରିମାଣରେ ଆତଙ୍କୀ ମାନଙ୍କୁ ନିପାତ କରାଯାଇଛି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ । ଫଳରେ ଜମ୍ମୁ-କାଶ୍ମୀରରେ ଶାନ୍ତି ବଜାୟ ରହି ପାରିବ ବୋଲି ଡିଜିପି ସିଂହ କହିଛନ୍ତି ।