ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି କି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଅନ୍ୟର ଧାର୍ମିକ ଭାବନାକୁ ସମ୍ମାନ କରିବା ଏବଂ ସମ୍ବିଧାନକୁ ସର୍ବୋଚ୍ଚ ରଖିବା ଉଚିତ୍ ।
ମନୋଜ ସିହ୍ନା କହିଛନ୍ତି କି, ମୋତେ ଦୁଇଟି ଜିନିଷ ଉପରେ ଆଲୋଚନା କରିବାର ଅଛି । ତାହା ହେଉଛି ଧାର୍ମିକ ଭାବନା ପ୍ରତି ସମ୍ମାନ ଏବଂ ଭାରତୀୟ ସମ୍ବିଧାନକୁ ସର୍ବୋଚ୍ଚ ରଖିବା । ଦେଶର ପ୍ରତ୍ୟେକ ନାଗରକଙ୍କୁ ଏହି ଦୁଇଟି କଥା ଉପରେ ଧ୍ୟାନ ରଖିବା ଉଚିତ୍ । ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧୀନ ଅଛି ଏବଂ ସେଥିପାଇଁ ଏହି ପ୍ରସଙ୍ଗ ଉପରେ ଏତିକି କହିବା ମୋ ପାଇଁ ପର୍ଯ୍ୟାପ୍ତ ।