ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଜାମ୍ମୁ କାଶ୍ମୀରକୁ ନେଇ ଟେନସନ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟବୀତ । କାଶ୍ମକୀରରେ ଯେଉଁ ଭଳି ଭାବେ ସେନା ଛାଉଣୀ କରାଯାଇଛି ତାକୁ ନେଇ ଚିନ୍ତାରେ ସାଧାଣରଣ ଲୋକ । ଜାମ୍ମୁକାଶ୍ମୀରରେ କିଛି ଗୋଟେ ବଡ ଧରଣର ଯୋଜନା ସରକାର କରୁଥିବାର ଅନମାନ କରାଯାଉଛି । ଗତକାଲି ପାକିସ୍ତାନର ଏକ ବଡ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସୈନ୍ୟ । ପାଖାପାଖି ୫ ଜଣରୁ ଅଧିକ ଅନୁପ୍ରବେଶ କାରୀଙ୍କୁ ନିହତ କରିଛନ୍ତି ।
ଏହି ଅନୁପ୍ରବେଶକାରୀଙ୍କ ମୃତ ଦେହ ପାକିସ୍ତାନକୁ ନେବା ପାଇଁ ଭାରତ କହିଛି। ଧଳା ପତାକା ଧରି ଆସି ଅନୁପ୍ରବେଶକାରୀଙ୍କ ମୃତ ଦେହ ନେବା ପାଇଁ ଭାରତ କହିଛି। ସୂତ୍ରର ଖବର ଅନୁସାରେ ସଂସଦ ସରିବା ପରେ ଗୃହମନ୍ତ୍ରୀ ଅମିତ ଶାହା କାଶ୍ମୀର ଗସ୍ତ କରି ପାରନ୍ତି । କାଶ୍ମୀରରେ ଆତଙ୍କବାଦୀ ହମଲା ଆଶଙ୍କା କରି ଅମରନାଥ ଯାତ୍ରୀଙ୍କୁ ଶୀଘ୍ର କାଶ୍ମୀର ଘାଟି ଛାଡିବାକୁ କୁହାଯାଇଛି । ଯାହାକୁ ନେଇ ସନ୍ଦେହ ଆହୁରି ଘନେଇଛି ।
ଗତ ୩ ଦିନ ତଳେ ୨୫ ହଜାର ଅତିରିକ୍ତ ସୈନ୍ୟ କାଶ୍ମୀରରେ ମୁତୟନ କରାଯାଇଛି । କାଶ୍ମୀରର ବଡଧରଣର ଅପରେସନ୍ ପାଇଁ ଚାଲିଛି ପ୍ରସ୍ତୁତି ।ତେଣୁ ପେଟ୍ରୋଲ୍ ପମ୍ପ, ଏଟିଏମ୍ଗୁଡିକରେ ଲମ୍ବା ଧାଡି ଦେଖିବାକୁ ମିଳିଛି । ଧାରା ୩୫-ଏ ଉଚ୍ଚେଦ ନେଇ ସରକାର ଯୋଜନା କରୁଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରାଯାଉଥିବା ନେଇ ବି ଆଶଙ୍କା କରାଯାଉଛି । ତେବେ ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି କି ନାଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।