ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତକୁ ଆସି ପାରନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ । ଡିସେମ୍ବର ମାସର ମଧ୍ୟଭାଗରେ ଭାରତ ଆସି ପାରନ୍ତି ସିଞ୍ଜୋ । ଏ ନେଇ ଉଭୟ ରାଷ୍ଟ୍ର ପକ୍ଷରୁ ଡିସେମ୍ବର ୧୩ ରୁ ୧୭ତାରିଖ ମଧ୍ୟରେ ତାରିଖ ଧାର୍ଯ୍ୟ ପାଇଁ ଆଲୋଚନା ଜାରି ରହିଛି । ଏହି ଗ୍ରସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ସାକ୍ଷାତକାର କେଉଁଠି ସେନେଇ ଏବେ ଆଲୋଚନା ଜାରି ରହିଛି । ଆଲୋଚନାରେ ଦୁଇଟି ସ୍ଥାନକୁ ବିକଳ୍ପ ରୂପେ ବଚ୍ଛା ଯାଇଛି ।
ପ୍ରଥମ ପସନ୍ଦ ଆସାମର ଗୌହାଟୀ ରହିଥିବା ବେଳେ ଦ୍ୱିତୀୟ ବିକଳ୍ପ ରୂପେ ଓଡ଼ିଶାର ଐତିହ୍ୟ କୋଣାର୍କ ସ୍ଥାନ ପାଇଛି । ଏହା ପୂର୍ବରୁ ଯଦି ମୋଦିଙ୍କର ସବୁ ବୈଠକକୁ ଦେଖିବା ତେବେ କଳା ଓ ସଂସ୍କୃତିରେ ଭରପୁର ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥାନ ପାଇପାରେ ବୋଲି କୁହାଯାଉଛି । ଅକ୍ଟୋବର ମାସରେ ଯେତେ ବେଳେ ଚାଇନାର ରାଷ୍ଟ୍ରପତି ସି ଜିନିପିଙ୍ଗ ଭାରତ ଆସିଥିଲେ ତାଙ୍କୁ ମୋଦି ମହବଳୀପୁରମ ଠାରେ ଐତିହ୍ୟରାଜିକୁ ବୁଲି ଦେଖାଉଥିବାର ନଜର ସାମ୍ନାକୁ ଆସିଥିଲା । ତେଣୁ ଆଶା କରାଯାଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ସିଞ୍ଜୋ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ହେବାକୁ ଥିବା ବୈଠକ କୋଣାର୍କରେ ହୋଇପାରେ ।