ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଝାରଖଣ୍ଡରେ ଦୁଇଟି ଅଲଗା ଅଲଗା ମାମଲାକୁ ନେଇ ୪ ଯବାନଙ୍କ ମୃତ୍ୟୁ ହୋଇଛି । ଝାରଖଣ୍ଡ ବିଧାନସଭା ନିର୍ବାଚନରେ ସୁରକ୍ଷା ଦେବା ପାଇଁ ଉପସ୍ଥିତ ଥିବା ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଝଗଡା ଲାଗିବା ସହ ଗୁଳିବର୍ଷଣ ହୋଇଛି । ଏଥିରେ ଆସିଷ୍ଟାଣ୍ଡ କମାଡେଣ୍ଟ ସମେତ ଦୁଇ ଅଧିକାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ଘଟଣାରେ ୪ ଯବାନ ଆହତ ହୋଇଛନ୍ତି ।
ପ୍ରକୃତରେ , ସୋମବାର ଦିନ ଚାଇବାସାରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମ୍ପର୍ଣ୍ଣ କରି ଫେରୁଥିବା ସିଆରପିଏଫ୍ ଯବାନ ଏବଂ ଅନ୍ୟ ଅଧିକାରୀମାନେ ବୋକାରୋ ଗୋମିୟା ସ୍ଥିିତ କୁର୍କନାଲାର ଉଚ୍ଚ ବିଦ୍ୟାଳୟ ଏବଂ ମଧ୍ୟ ବିଦ୍ୟାଳରେ ରହିଥିଲେ । ରାତି ପ୍ରାୟ ୮.୩୦ ରେ ଭୋଜନ କରିବାକୁ ନେଇ ଦୁଇଟି ବିଦ୍ୟାଳୟରେ ରହୁଥିବା ଯବାନଙ୍କ ମଧ୍ୟରେ ଝଗଡା ଲାଗିଯାଇଥିଲା । ଏହାପରେ ଆରମ୍ଭ ହୋଇଯାଇଥିଲା ଗୁଳି ବର୍ଷା ।
ଏଥିରେ ଘଟଣାସ୍ଥଳରେ ସିଆରପିଏଫ୍ ର ଦୁଇ ଅଧିକାରୀ, ଆସିଷ୍ଟାଣ୍ଡ କମାଡେଣ୍ଟ ସାହୁଲ ଅହସନ ଏବଂ ଏଏସଆଇ ପୂର୍ଣର୍ାନନ୍ଦ ଭୁଇୟାଂଙ୍କ ମୃତ୍ୟୁ ହୋଇଯାଇଥିଲା । ମାତ୍ର ଗୁଳି ବାଜିଥିବା ଅନ୍ୟ ଦୁଇ ଯବାନ ଉପେନ୍ଦ୍ର ଯାଦବ ଏବଂ ହରିଚନ୍ଦ୍ର ଗୋଖେଲଙ୍କୁ ଚିକିତ୍ସା କରିବା ଲାଗି ରାଞ୍ଚି ହସ୍ପିଟାଲକୁ ପଠାଯାଇଥିଲା । ଏହାବ୍ୟତିତ ଅନ୍ୟ ଦୁଇ ଯବାନଙ୍କର ବୋକାରୋରେ ଚିକିତ୍ସା କରାଯାଉଛି ।
ସେହିପରି ସୋମବାର ଦିନ ଛତିସଗଡ ଆର୍ମଡ ଫୋର୍ସେଜର ଜଣେ ଯବାନ ଛୁଟି ବିବାଦରେ ତାଙ୍କର ଜଣେ ଅଫିସରଙ୍କ ଉପରେ ଗୁଳି କରିବା ପରେ , ନିଜକୁ ଗୁଳି ମାରି ଦେଇଛନ୍ତି ।