ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଝାରଖଣ୍ଡ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପାର୍ଟିର ସଂକଳ୍ପ ପତ୍ର ଜାରି କରିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବରିଷ୍ଠ ନେତା ରବିଶଙ୍କର ପ୍ରସାଦ । ଏହି ଘୋଷଣା ପତ୍ରରେ ରାଜ୍ୟର ବିପିଏଲ ହିତାଧିକାରୀ ପରିବାରଙ୍କ ସଦସ୍ୟଙ୍କ ଭିତରୁ ଅତି କମରେ ଜଣଙ୍କୁ ଚାକିରୀ ଦେବା ପାଇଁ ପ୍ରତିଶୃତି ଦିଆଯାଇଛି ।
ସଂକଳ୍ପ ପତ୍ରରେ ପାର୍ଟି ପକ୍ଷରୁ ପଛୁଆ ଏବଂ ଗରିବ ପରିବାରରେ ଥିବା ହାଇସ୍କୁଲ ର ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । କେନ୍ଦ୍ର ମନ୍ତ୍ରୀ ଘୋଷଣା ପତ୍ର ଜାରି କରିବା ସହିତ କହିଛନ୍ତି ନବମ ଏବଂ ଦଶମ ଶ୍ରେଣୀର ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ୨୨୦୦ ଟଙ୍କା ଏବଂ ଏକାଦଶ ଏବଂ ଦ୍ୱାଦଶ ଛାତ୍ର ଛାତ୍ରୀଙ୍କୁ ଛାତ୍ରାବୃତି ରୂପେ ୭୫୦୦ ଟଙ୍କା ଲେଖାଏଁ ମିଳିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଯଦି ରାଜ୍ୟରେ ପୁଣି ଥରେ ସରକାର ଗଠନ ହୁଏ ତେବେ ପାର୍ଟି ପକ୍ଷରୁ ସ୍ଥାନୀୟ ଯୁବକଙ୍କ ପାଇଁ ରୋଜଗାର ପନ୍ଥା ଖୋଲାଯିବ । ଏହାସହିତ ସ୍ୱଂୟ ସହାୟତା ସମୂହ ଚଲାଉଥିବା ଆଦିବାସୀ ମହିଳାଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଋଣ ଦିଆଯିବାର ଆଶ୍ୱସନା ଦିଆଯାଇଛି ।