ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଲକ ଡାଉନରେ ନିଜ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦେବାକୁ ଜିଓ ନେଇଛି ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ଯେଉଁ ଗ୍ରାହକଙ୍କ ପ୍ରିପେଡ ପ୍ଲାନ ଆସନ୍ତା ମେ ୩ ତାରିଖ ପୂର୍ବରୁ ଶେଷ ହୋଇ ଯାଉଛି । ସେମାନଙ୍କ ପ୍ରିପ୍ରେଡ ପ୍ଲାନ ଅବଧି ମେ ୩ ତାରିଖ ପର୍ଯ୍ୟନ୍ତ କମ୍ପାନୀ ତରଫରୁ ଫ୍ରି କରାଯାଇଛି । ପୁରୁଣା ପ୍ଲାନ ଶେଷ ହେବା ପରେ ମଧ୍ୟ ଏଥିରେ ଇନକମିଂ କଲ ଚାଲୁ ରହିବ । ଏନେଇ ଜିଓ ସୂଚନା ଦେଇ କହିଛି ଏହି ସୁବିଧା ସବୁ ବର୍ଗର ଗ୍ରାହକଙ୍କ ପାଇଁ ରହିଛି ।
ସେହିଭଳି ଜିଓ ଗୁଗୁଲ୍ ପ୍ଲେ ଷ୍ଟୋରରେ JioPOS ଲାଇଟ୍ ଆପ୍ ଲଞ୍ଚ କରିଛି, ଯାହା ଦ୍ବାରା ଉପଭୋକ୍ତାମାନେ ଅନ୍ୟମାନଙ୍କର ରିଚାର୍ଜ କରି ପ୍ରତ୍ୟେକ ରିଚାର୍ଜରେ ୪ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ । ସୂଚନାଯୋଗ୍ୟ ଏବେ ପ୍ରାୟ ଅଧିକାଂଶ ଟେଲିକମ କମ୍ପାନୀ ଲକ ଡାଉନରେ ନିଜ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ପ୍ରାୟ କମ୍ପାନୀ ଏବେ ଡିଜିଟାଲ ପେମେଣ୍ଟ ଉପରେ ଧ୍ୟାନ ଦେଉଛନ୍ତି । କିଭଳି ଅନ୍ୟ ଜଣଙ୍କ ଆକାଉଣ୍ଟରୁ ଆଉ ଜଣଙ୍କର ରିଚାର୍ଜ କରି ହେବ ସେନେଇ ଧ୍ୟାନ ଦେଉଛନ୍ତି ।