ନୂଆଦିଲ୍ଲୀ (ଏଟିଆର ବୁ୍ୟରୋ): ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୦ ର ଭାରତରେ ଉଦଘାଟନ ହୋଇଯାଇଛି । ଚତୁର୍ଥ ଥର ପାଇଁ ଭାରତରେ ଇଣ୍ଡିଆ ମୋବାଇଲ କଂଗ୍ରେସ ଆୟୋଜନ କରାଯାଇଛି । ପ୍ରତ୍ୟେକ ବର୍ଷ ବର୍ସିଲୋନାରେ ମୋବାଇଲ ୱାଲ୍ଡ କଂଗ୍ରେସ ର ଆୟୋଜନ ହୋଇଥାଏ । ସେହିଅନୁଯାୟୀ ଭାରତ ରେ ବି ଆଇଏମସି ଆୟୋଜନ ହୋଇଥାଏ ।
ଏଥିରେ ଦେଶ ବିଦେଶରୁ ବଡ ବଡ ଟେକ୍ନଲୋଜି ଏବଂ ଆଇଟି କମ୍ପାନୀ ଭାଗ ନେଇଥାନ୍ତି । ଏଥରକ ଆଇଏମସି ୨୦୨୦ ର ଆୟୋଜନ ଦୂରସଂଚାର ବିଭାଗ ଏବଂ ସେଲୁ୍ୟଲାର ଅପରେଟର୍ସ ଏସୋସିଏସନ ଅଫ୍ ଇଣ୍ଡିଆ କରିଛି । ଏହା ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ ।
ଆଇଏମସି ୨୦୨୦ ର ପ୍ରଥମ ଦିନରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ୨୦୨୧ ରେ ଭାରତରେ ୫ଜି ନେଟୱର୍କର ନେତୃତ୍ୱ ଜିଓ କରିବ । ସେଥିପାଇଁ ପୁରା ପ୍ରସ୍ତୁତ ହୋଇସାରିଛି । ସେ ଆହୁରି ମଧ୍ୟ କହିଛନ୍ତି କି, ୩୦ କୋଟି ଭାରତୀୟ ଡିଜିଟାଲ ୱାଲ୍ଡରେ ଆଜି ବି ୨ଜି ନେଟୱର୍କରେ ଫସିଛନ୍ତି ।
ସେ ସରକାରଙ୍କ ଅନୁରୋଧ କରିଛନ୍ତି କି,ଦେଶରେ ଏଭଳି ପଦକ୍ଷେପ ନିଆଯାଉ । ଯାହାଫଳରେ ୩୦ କୋଟି ଲୋକ ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ସହ ଯୋଡି ହୋଇ ଏହାର ଲାଭ ଉଠାଇ ପାରିବେ ।
ଏହାସହିତ ସେ ରିଲିଆନ୍ସ ଜିଓ ର ୫ଜି ଟେକନିକ୍ କୁ ସ୍ୱଦେଶୀ ବୋଲି କହିଛନ୍ତି । ଜିଓର ସ୍ୱଦେଶୀ ୫ଜି ଟେକନିକ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ମିଶନର ସଫଳକାର ପ୍ରମାଣ ବୋଲି ସେ କହିଛନ୍ତି ।