ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ହଳଦୀରେ ଭଲ ହେବ ଷ୍ଟୋମାକ କ୍ୟାନସର । ଏବେ ଏମିତି ଏକ ଖବର ଆସିଛି ଜେଏନୟୁ ବା ଜବାହାରଲାଲ ନେହେରୁ ୟୁନିଭରସିଟରୁ । ସୂଚନା ଅନୁସାରେ ଜେଏନୟୁ ବା ଜବାବାହାର ଲାଲ ନେହେରୁ କଲେଜରେ ପାଠ ପଢୁଥିବା ଛାତ୍ରମାନେ କରୁଥିବା ଏକ ଗବେଷଣାରୁ ଏମିତି ଏକ ନିର୍ଯ୍ୟାସ ପାଇଛନ୍ତି । ବାୟୋ ଟେକନୋଲୋଜି ବିଭାଗର ଛାତ୍ରଛାତ୍ରୀ ମାନେ କରୁଥିବା ଏକ ଗବେଷଣାରୁ ଏହା ଜଣା ପଡିଛି । ଗବେଷକଙ୍କ କହିବା କଥା ଷ୍ଟୋମାକ କ୍ୟାନସର ପାଇଁ ବ୍ୟବହାର କରାଯାଉଥିବା ଔଷଧରେ ଯଦି ହଳଦୀକୁ ବ୍ୟବହାର କରାଯାଏ ତେବେ ଏହି ଔଷଧ ଅଧିକ ଉପକାରୀ ହୋଇ ପାରିବ ।
ଛାତ୍ରଛାତ୍ରୀ ମାନେ ଏବେ ହଳଦୀର ତତ୍ୱ କାରକ ଉପରେ ଗବେଷଣା କରୁଛନ୍ତି । ଏହି ବିଭାଗର ଛାତ୍ରଛାତ୍ରୀ ମାନେ ବାୟୋଟେକନୋଲୋଜି ବିଭାଗର ପ୍ରଫେସର ରୁପେଶ ଚତୁର୍ବେଦୀଙ୍କ ତତ୍ୱାବଧାନରେ ଗବେଷଣା କରୁଛନ୍ତି । ଗବେଷକଙ୍କ କହିବା ଅନୁସାରେ ଛାତ୍ରଛାତ୍ରୀ ମାନେ ଲକ୍ଷେ୍ନø ୪୦ ଜଣ ଲୋକଙ୍କୁ ନେଇ କରାଯାଇଥିବା ପରୀକ୍ଷାରେ ଏହି ନିସ୍କର୍ଷ ମିଳିଛି ।
ପେଟରେ ହେଲିକୋବାକ୍ଟର ପାଇଲୋରୀ ବ୍ୟାକେଟରିଆ , ଅଲସର ବ୍ୟାକ୍ଟେରିଆ ଅଧିକ ମାତ୍ରାରେ ସୃଷ୍ଟି କରୁଥିବାରୁ ହଳଦୀର ଅଧିକ ବ୍ୟବହାର ଦ୍ୱାରା ଏହାକୁ କମାଯାଇ ପାରେ । ପାଞ୍ଚ ଜଣ ଗବେଷଣା ରତ ଛାତ୍ର ହେଉଛନ୍ତି ରୋହିତ ତିୱାରୀ, ଅଲକା ୟାଦବ, ଜ୍ୱତି ଗୁପ୍ତା, ଅଚ୍ୟୁତ ପାଣ୍ଡେ ପ୍ରମୁଖ ରହିଛନ୍ତି ।