ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ୪୮ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏନ.ଭି ରମଣ ଶପଥ ଗ୍ରହଣ କରିଛନ୍ତି । ଆଜି ସକାଳ ୧୧ଟାରେ ବେଳେ ରାଷ୍ଟ୍ରପତି ରାମନାମ କୋବିନ୍ଦ ତାଙ୍କ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସମେତ ସୁପ୍ରିମ କୋର୍ଟର ଅନେକ ବିଚାରପତି ଉପସ୍ଥିତ ଥିଲେ । ପାଖାପାଖି ୧୬ ମାସ ରହିବ ଏନ.ଭି.ରମଣଙ୍କ କାର୍ଯ୍ୟକାଳ ।
୧୯୫୭ ମସିହା ଅଗଷ୍ଟ ୨୭ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ପୋନ୍ନାଭରମ ଗାଁରେ ଜନ୍ମ ଗ୍ରହଣ କରିଥିବା ରମଣ କମ ବୟସରେ ଉପକୂଳ ଆନ୍ଧ୍ର ଏବଂ ରାୟଲସୀମା ଲୋକଙ୍କ ଅଧିକାର ପାଇଁ ଜୟ ଆନ୍ଧ୍ର ଆନ୍ଦୋଳନରେ ଭାଗ ନେଇଥିଲେ । ସେ କଲେଜ ସମୟରେ ଛାତ୍ର ରାଜନୀତି ସହିତ ଜଡିତ ଥିଲେ ଏବଂ କିଛି ସମୟ ପାଇଁ ସାମ୍ବାଦିକତା ମଧ୍ୟ କରିଥିଲେ । ଫେବୃଆରୀ ୧୯୮୩ ରେ ଓକିଲାତି ଆରମ୍ଭ କରିଥିବା ରମଣ ଆନ୍ଧ୍ରପ୍ରଦେଶର ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ବ୍ୟତୀତ କେନ୍ଦ୍ର ସରକାରଙ୍କ ଅନେକ ବିଭାଗର ଆଡଭୋକେଟ୍ ଥିଲେ। ୨୦୦୦ ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୪ ରେ ସୁପ୍ରିମକୋର୍ଟରେ ନିଯୁକ୍ତ ହେବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ। ଭାରତର ପ୍ରଧାନ ବିଚାରପତି ଭାବରେ ତାଙ୍କର କାର୍ୟ୍ୟକାଳ ୨୬ ଅଗଷ୍ଟ ୨୦୨୨ ପର୍ୟ୍ୟନ୍ତ ରହିବ। ଏହିପରି, ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ୧୬ ମାସ ରହିବେ ।