ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଏବେ ବିମାନ ଭଳି ଟ୍ରେନରେ ବି ହେବ ବାୟୋ-ଭାକ୍ୟୁମ୍ ଶୌଚାଳୟ । କାଲକା-ଶତାବ୍ଧୀ ଏକ୍ସପ୍ରେସ (୧୨୦୦୫) ର ସମସ୍ତ କୋଚ୍ ରେ ଏହି ଯୋଜନା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଉତ୍ତର ରେଲୱେ ଅନୁଯାୟୀ ଏହା ଏଭଳି ପ୍ରଥମ ରେଲୱେ କ୍ଷେତ୍ର, ଟ୍ରେନ୍ ରେ ଏହି ସୁବିଧା ଯୋଗାଇ ଦିଆଯାଉଛି ।
ଉତ୍ତର ରେଲୱେ ଅଧିକାରୀଙ୍କ କହିବାନୁଯାୟୀ, ଟ୍ରେନ୍ ରେ ବିମାନଶୈଳୀ ବିଶିଷ୍ଟ ବାୟୋ-ଭାକ୍ୟୁମ ଶୌଚାଳୟ ଲଗାଇବା ଭାରତୀୟ ରେଲୱେର ପ୍ରାଥମିକତା । ଏନେଇ ରେଲୱେ ମନ୍ତ୍ରାଳୟର ଡ୍ୟାସବୋର୍ଡ ଆଇଟମ୍ ରୂପେ ଉଚ୍ଚତମ ସ୍ତରରେ ଦେଖାରଖ କରାଯାଉଛି ।
ବାୟୋ-ଭାକ୍ୟୁମ୍ ସିଷ୍ଟମ ଦୁର୍ଗନ୍ଦ ଦୂର କରିବା ଏବଂ ପାଣି ବଞ୍ଚେଇବାରେ ସହାୟକ କରିବ । ଶୌଚାଳୟର ଏହି ପରିବର୍ତ୍ତନ ଉତ୍ତର ରେଲୱେର ନୂଆଦିଲ୍ଲୀ ସ୍ଥିତ କୋଚ୍ କେୟର ସେଣ୍ଟରରେ କରାଯାଇଛି । ସେହିପରି ସମସ୍ତ ପ୍ରିମିୟମ ଟ୍ରେନରେ ଏହି ବାୟୋ-ଭାକ୍ୟୁମ ଶୌଚାଳୟ ଲଗାଇବାର ଯୋଜନା ରହିଛି ।