ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହାଇଦ୍ରାବାଦରେ ହୋଇଥିବା ଗଣଦୁଷ୍କର୍ମ ମାମଲାର ନିଆଁ ସଭିଁଙ୍କ ମନରୁ ନଲିଭୁଣୁ ପୁଣି ସେହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହା ପୁରା ଦେଶକୁ ଦୋହଲାଇ ଦେଇଛି । ହାଇଦ୍ରାବାଦ ପରେ ଫତେପୁରର ହୁସେନଗଞ୍ଜରେ ପିଡୀତାଙ୍କୁ ଦୁଷ୍କର୍ମ ପରେ ଜାଳିଦେଇଛନ୍ତି ଅଭିଯୁକ୍ତ । ଫତେପୁରର ହୁସେନଗଞ୍ଜ ଥାନା ଅଞ୍ଚଳର ଏକ ଗାଁରେ ଯୁବତୀଙ୍କୁ ଦୁଷ୍କର୍ମ କରି ଜାଳି ଦେଇଛନ୍ତି ସମ୍ପର୍କୀୟ ଦାଦା ।
ମିଳିଥିବା ସୂଚନାନୁଯାଇ, ୨୨ବର୍ଷୀୟ ସମ୍ପର୍କାୟ ଦାଦା ପିଡୀତାଙ୍କ ଉପରେ ଖରାପ ଦୃଷ୍ଟି ରଖି ଆସୁଥିଲେ । ଶନିବାର ଦିନ ଖରା ବେଳେ ଘରେ କେହି ନଥିବା ବେଳେ ଅଭିଯୁକ୍ତ ଜଣଙ୍କ ଘରକୁ ପଶି ଆସି ପୀଡିତାଙ୍କ ସହ ଅମାନବୀୟ କାର୍ଯ୍ୟ କରିଥିଲେ । ଏହି ସମୟରେ ପିଡୀତା ଜଣକ ପରିବାର ଲୋକଙ୍କୁ କହିବା ଦେବା କଥା କହିବାରୁ ଅଭିଯୁକ୍ତ ଜଣକ ତାଙ୍କ ଉପରେ କିରୋସିନ ଢାଳି ଜଳାଇ େ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୀଡିତା ଜଣକ ଚିତ୍କାର କରି ବାହାରକୁ ଆସିବାରୁ ଗାଁ ଲୋକ ଏକାଠି ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଓ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା । ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ପୀଡତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ ତାଙ୍କ ବୟାନରେ ଦାଦାଙ୍କର ନା’ କହିଛନ୍ତି ।