ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଆମେ ଆପଣଙ୍କୁ ଏକ ଏଭଳି ଯୋଜନା ବିଷୟରେ କହିବାକୁ ଯାଉଛୁ । ଯାହା ଖାସ୍ କରି ଝିଅମାନଙ୍କ ପାଇଁ କରାଯାଇଛି । ଆଜିକାଲିର ସମାଜରେ ଝିଅଙ୍କ ପ୍ରତି ନକରାତ୍ମକ ଚିନ୍ତାଧାରା ଯୋଗୁଁ ଅନେକ ଝିଅମାନେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚିତ ହୋଇ ରହୁଛନ୍ତି । ଏହାକୁ ଧ୍ୟାନର ରଖି ଉତ୍ତର ପ୍ରଦେଶର ଯୋଗୀ ସରକାର ଏଭଳି ଏକ ଯୋଜନା ନେଇ ଆସିଛନ୍ତି ଯାହା ଅନୁଯାୟୀ ଝିଅମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଭାବେ ପ୍ରଦାନ କରାଯିବ ।
ଉତ୍ତର ପ୍ରଦେଶର ଝିଅମାନଙ୍କ ପାଇଁ କନ୍ୟା ସୁମଙ୍ଗଳ ଯୋଜନା ନେଇ ଆସିଛନ୍ତି ଯୋଗୀ ସରକାର । ଏହି ଯୋଜନା ଅନୁଯାୟୀ ଝିଅମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କା ଦିଆଯିବ । ଏହି ଯୋଜନାର ଲାଭ କେବଳ ପ୍ରଦେଶର ଝିଅମାନେ ଉଠାଇ ପାରିବେ । ୬ଟି କିସ୍ତିରେ ଦିଆଯିବ ୧୫ ହଜାର ଟଙ୍କା ।
– ଶିଶୁଟି ଜନ୍ମ ହେବାର ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ।
– ଏକ ବର୍ଷ ଯାଏଁ ପୂର୍ଣ୍ଣ ଟୀକାକରଣର ଦ୍ୱିତୀୟ କିସ୍ତିରେ ହଜାରେ ଟଙ୍କା ।
– ପ୍ରଥମ ଶ୍ରେଣୀରେ ପ୍ରବେଶ ବେଳେ ତୃତୀୟ କିସ୍ତିରେ ୨ ହଜାର ଟଙ୍କା ।
– ଷଷ୍ଠ ଶ୍ରେଣୀରେ ପ୍ରବଶ କରିବା ପରେ ଚତୁର୍ଥ କିସ୍ତିରେ ୨ ହଜାର ଟଙ୍କା ।
– ନବମ ଶ୍ରେଣୀରେ ପ୍ରବେଶ ପରେ ପଞ୍ଚମ କିସ୍ତିରେ ୩ ହଜାର ଟଙ୍କା ।
– ୧୦ମ ବା ଦ୍ୱାଦଶ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇ ସ୍ନାତକ ଅବଧି ବେଳେ ଷଷ୍ଠ କିସ୍ତି ୫ ହଜାର ଟଙ୍କା ଦିଆଯବ ।
ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଅଫିସିଆଲ ୱେବସାଇଟ https://mksy.up.gov.in/women_welfare/index.php କୁ ଯାଇ ପାରିବେ ।
ଜାଣନ୍ତୁ କେଉଁମାନଙ୍କୁ ମିଳିବ ଏହି ଫାଇଦା: ଯୋଜନାର ଲାଭ ସେହି ଝିଅମାନଙ୍କୁ ମିଳିବ ଯାହାଙ୍କ ଜନ୍ମ ଏପ୍ରିଲ ୨୦୧୯ କୁ ବା ଏହାପରେ ହୋଇଥିବ । ଏହାସହିତ ଉତ୍ତର ପ୍ରଦେଶ ନିବାସୀ ହିଁ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ପରିବାରଙ୍କ ନିକଟରେ ସ୍ଥାୟୀ ବାସୀନ୍ଦାର ପ୍ରମାଣ ପତ୍ର ତଥା ରାଶନ କାର୍ଡ/ଆଧାରକାର୍ଡ/ଭୋଟର ପରିଚୟ ପତ୍ର/ଇଲେକ୍ଟିସିଟି/ ବିଲ ରହିବା ଉଚିତ୍ । ପରିବାରର ବାର୍ଷିକ ଆୟ ୩ ଲକ୍ଷ ହେବା ଉଚିତ୍ ।