ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଜୁଲାଇ ୨୬ ଅର୍ଥାତ ବିଜୟ ଦିବସ । ଯାହାକୁ ଆଜି ପାଳନ କରୁଛି ସାରା ଦେଶ । ଭାରତୀୟ ସେନା ୧୯୯୯ ମସିହାରେ ଯେତେବେଳେ କାର୍ଗିଲ ବିଜୟ କଲା ସେବେ ଠାରୁ ଆଜିର ଦିନକୁ ଆମେ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରି ଆସୁଛୁ । ୧୯୯୯ ମସିହାରେ କାର୍ଗିଲ ବିଜୟ ଦେଶ ପାଇଁ ଏକ ଗୌରବର ଦିନ । ତକ୍ରାକାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସମୟରେ ଦୀର୍ଘ ୨ ମାସ ଧରି ଚାଲିଥିଲା ଏହି ଯୁଦ୍ଧ । ଯେଉଁଥିରେ ଭାରତର ୫୨୭ ଜଣ ଯବାନ ସହିଦ ହୋଇଥିବା ବେଳେ ୧୩୬୩ ଜଣ ସହିଦ ଆହତ ହୋଇଥିଲେ । ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ହୋଇଥିବା ଏହି ଐତିହାସିକ ଯୁଦ୍ଧ ପ୍ରତିଟି ଭାରତୀୟଙ୍କ ପାଇଁ ଏକ ବିଜୟର ଦିନ ।
ସାଧାରତଃ ଆମେ ସମସ୍ତେ ଜାଣିଛେ ପାକିସ୍ତାନୀ ମାନେ କାର୍ଗିଲ ଅକ୍ତିଆର କରିବା ପାଇଁ ଭାରତ ଭିତରକୁ ଅନୁ ପ୍ରବେଶ କରିଥିଲେ । ତେବେ ଏନେଇ ଭାରତୀୟ ସେନାକୁ ସୂଚନା ଦେଇଥିଲେ ସ୍ଥାନୀୟ ମେଷ ପାଳକ ତାଶି ନାମଗ୍ୟାଲ । ଯାହାଙ୍କ ସଠିକ ସୂଚନା ପାଇଁ ଭାରତ ବିଜୟ କଲା କାର୍ଗିଲ । ମେଷ ପାଳକ ତାଶି ନାମ ଗ୍ୟାଲ । ଯିଏ ବର୍ତ୍ତମାନ ରହୁଛନ୍ତି ଲଦାଖର କାରଗିଲ ନଗରୀ ଠାରୁ ୬୦ କିଲୋମିଟର ଦୂର ବଟାଲିକ ଟାଉନ ନିକଟସ୍ଥ ଏକ ଛୋଟିଆ ଗାଁରେ । ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ସେ କାର୍ଗିଲ ପାଖ ଅଞ୍ଚଳରେ ରହୁଥିଲେ । ସେତେବେଳେ ସେ ମେଣ୍ଢା ପାଳନ କରି ରହୁଥିଲେ । ସେଦିନ ଥାଏ ୧୯୯୯ ମସିହା ମେ ୩ ତାରିଖ । ତାଙ୍କର ଏକ ଚମରି ଗାଈ ହଜି ଯାଇଥିଲା ।
ଯାହାକୁ ଖୋଜିବା ପାଇଁ ସେ ସକାଳେ ନିଜର ଜଣେ ସାଙ୍ଗଙ୍କ ସହିତ ଜୁବାର ଲାଙ୍ଗପା ଅଞ୍ଚଳେରେ ବୁଲାବୁଲି କରୁଥିବା ବେଳେ ସେ ଦେଖିଥିଲେ ଦଳେ ଲୋକ ଓ ପାକିସ୍ତାନ ସୈନିକଙ୍କୁ । ସମସ୍ତେ ମୁସଲମାନ ବେଶରେ ରହିଥିବା ବେଳେ ସୈନିକ ମାନେ ବଙ୍କର ଖୋଳଥିବା ସେ ଜାଣିବାକୁ ପାଇଥିଲେ । ସେମାନଙ୍କ ପାଖରେ ବିପୁଳ ଅସ୍ତ୍ରଶସ୍ତ୍ର ଥିବା ମଧ୍ୟ ଦେଖିଥିଲେ । ଯାହାକୁ ନେଇ ତାଙ୍କର ସନ୍ଦେହ ଉପୁଜି ଥିଲା । ସେ ନିଶ୍ଚିନ୍ତ ହୋଇ ଯାଇଥିଲେ ଯେ ଏମାନେ ସମସ୍ତେ ଶତୃ ଦେଶର ବୋଲି ।
ଅବଶ୍ୟ ସେମାନେ କେତେ ସଂଖ୍ୟାରେ ଥିଲେ ସେ ନେଇ ତାଶି ନ୍ୟାମଗିଲ ଜାଣି ପାରି ନଥିଲେ । ସେ ଡେରି ନ କରି ଏ ନେଇ ସେନା ପୋଷ୍ଟରେ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ସେନା ପକ୍ଷରୁ ଘଟଣାର ସତ୍ୟତା ଜାଣିବା ପାଇଁ ଉକ୍ତ ସ୍ଥାନକୁ ପଠା ଯାଇଥିଲା ପାଟ୍ରୋଲିଙ୍ଗ ଟିମ । ସେମାନେ ପାଟ୍ରୋଲିଙ୍ଗ ଟିମର ୫ ଜଣ ସିପାହୀଙ୍କୁ ହତ୍ୟା କରିଥିଲେ । ଏବଂ ଏଇଠୁ ଆରମତଭ ହୋଇଥିଲା କାର୍ଗିଲ ଯୁଦ୍ଧ ।