କର୍ଣ୍ଣାଟକ (ଏଟିଆର ବ୍ୟୁରୋ ) ; ସାପ ମୁଣ୍ଡରୁ ବାହାରିଲା କିରଣ । ଲାଲ ପଡିଥିଲା ନାଗ ସାପର ଫଣା । ମଣିଥିବା ନାଗସାପ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ । ଭଗବାନଙ୍କ ସାପ ଭାବି ପୂଜା ଅର୍ଚ୍ଚନା ମଧ୍ୟ କରିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚିକ୍କମଗାଲୁରୁରେ ।
ସୂଚନା ଅନୁସାରେ , ଚିକ୍କମଗାଲୁରୁର ହୋଲମାକି ଗାଁର ଜଣେ ଲୋକ ବିଲକୁ ଚାଷ କାମ ପାଇଁ ଯାଇଥିଲେ । ସେଠାରେ ତାଙ୍କ କୁକୁରଟି ହଠାତ ଭୁକିବାରୁ ଚାଷୀ ଜଣକ କୁକୁର ପାଖକୁ ଆସିଥିଲେ ଓ ଏହାପରେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।
କୁକୁର ସାମ୍ନାରେ ନାଗ ସାପଟି ନିଜ ଫଣା ଟେକି ଛିଡା ହୋଇଥାଏ । ସାପର ମୁଣ୍ଡରେ ମଣି ପରି ଭ୍ରମ ସୃଷ୍ଟି କରୁଥିବା କୌଣସି ଏକ ପଦାର୍ଥ ଚମକୁଥାଏ । ପଣାଟି ସମ୍ପୁର୍ଣ୍ଣ ନାଲି ପଡିଯାଇଥିଲା । ପ୍ରଥମେ ଚାଷୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଭାଳେଣୀ ପଡିଗଲା । କେହି କେହି ସାପଟିକୁ ଭିନ୍ନ ପ୍ରଜାତିର ସାପ କହୁଥିବା ବେଳେ କେହି କେହି ଭଗବାନ ନାଗସାପ ବୋଲି କହି ପୂଜା ଅର୍ଚ୍ଚନା କରିଥିଲେ । ସାପଟିର ମୁଣ୍ଡରୁ ବହୁ ସମୟ ଧରି କିରଣ ବାହାରୁଥିଲା ।
ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ଘଟିଥିଲା । ସାପଟିର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ସେପଟେ ସର୍ପ ବିଶେଷଜ୍ଞ ଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ ଏପରି ସାପଥିବା କଥାକୁ ମିଛ ବୋଲି କହିଛନ୍ତି । ସୁର୍ଯ୍ୟ କିରଣ ସାପର ମୁଣ୍ଡରେ ପଡିଥିବାରୁ ଏହା ଲାଲ ଓ କିରଣ ଭଳି ଦେଖାଯାଉଛି ବୋଲି ବିଶେଷଜ୍ଞ କହିଛନ୍ତି ।